ଅପରାଧଆଇନ କାନୁନମୁଖ୍ୟ ଖବରରାଜନୀତି

ବିଜେପି ନେତାଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ଜୟପୁର: ଜଣେ ବିଜେପି ନେତାଙ୍କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରାଯାଇଛି। ଗୋଟିଏ କି ଦୁଇଟି ଗୁଳି ନୁହଁ ୭ରାଉଣ୍ଡ ଗୁଳି କରି ନିର୍ମମ ଭାବେ ତାଙ୍କୁ ହତ୍ୟା କରାଯାଇଛି। ରାଜସ୍ଥାନର ଭରତପୁରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଇନଶୃଙ୍ଖଳା ପରିସ୍ଥତି ସୃଷ୍ଟି ହେବା ଆଶଙ୍କାରେ ବ୍ୟପକ ପୁଲିସ ମୁତୟନ କରାଯାଇଛି। ରହିବାର ରାତିରେ ଏହି ଅଘଟମ ଘଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ରାଜସ୍ଥାନର କିରପାଲ ସିଂହ ନାମକ ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି।  ରବିବାର ରାତିରେ କିରପାଲ ସିଂହ ସର୍କିଟ ହାଉସରୁ ନିଜ ଘରକୁ କାରରେ ଯାଉଥିବା ସମୟରେ କେତେକ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଦୁଇ ଦୁର୍ବୃତ୍ତ ବାଇରେ ଆସି ତାଙ୍କ ଉପରୁକୁ ଗୁଳି ଚଳାଇଥିଲେ। କିରପାଲ ସିଂହଙ୍କ ଉପରକୁ ପ୍ରାୟ ୭ରାଉଣ୍ଡ ଗୁଳି ଚଳାଯାଇଥିବା ପୁଲିସ କହଛନ୍ତି। ତାଙ୍କୁ ଆରବିଏମ ହସ୍ପିଟାଲକୁ ନିଆଯାଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜସ୍ଥାନର ଭରତପୁରର ବିଜେପି ଏମିପି ଥିବା  ରଞ୍ଜତା କୋଲିଙ୍କ ଘନିଷ୍ଟ ସହଯୋଗୀ ହେଉଛନ୍ତି କିରପାଲ ସିଂହ। ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଛି। ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କୁ ଗିରଫ କରାଯାଇ ନାହିଁ। ଗ୍ୟାଙ୍ଗ ୱାରକୁ ନେଇ ଏହି ଗୁଲି କାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ଗତକାଲିଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପୁଲିସ ଏହାର ତଦନ୍ତ ଜାରି ରଖିଛି।

 

Show More

Related Articles

Back to top button