ଓଡ଼ିଶାସ୍ୱାସ୍ଥ୍ୟ

ବଲାଙ୍ଗୀରରେ ହଇଜା ଆତଙ୍କ,୨ମୃତ ଅନେକ ଆକ୍ରାନ୍ତ

ବଲାଙ୍ଗୀରରେ ହଇଜା ଆତଙ୍କ । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଅନ୍ତର୍ଗତ ଦେଦର୍ହ ଗ୍ରାମରେ ବ୍ୟାପୁଛି ଝାଡ଼ାବାନ୍ତି  । ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆକ୍ରାନ୍ତ । ମୃତକମାନେ ହେଲେ ଉକ୍ତ ଗ୍ରାମର କୁମାରୀ ମେହେର (୪୬) ଏବଂ ତାଙ୍କ ନାତି ବବଲୁ ମେହେର (୧୦)। କୁମାରୀ ଏବଂ ତାଙ୍କ ନାତି । ସ୍ଥିତିକୁ ଦୃଷ୍ଟିରେ ରଖି ଖପ୍ରାଖୋଲ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଡାକ୍ତର ସୁରଜଦୀପ ଦେଦର୍ହ ଗ୍ରାମକୁ ଯାଇ କ୍ୟାମ୍ପ୍ କରି ଝାଡାବାନ୍ତି, ରୋଗଗ୍ରସ୍ତ ଥିବା ରୋଗୀଙ୍କୁ ଔଷଧ ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତ ୪ରୁ୫ଦିନ ମଧ୍ୟରେ ଦେଦର୍ହା ଗ୍ରାମରେ ଝାଡ଼ାବାନ୍ତି ବ୍ୟାପୁଛି ।ଗ୍ରାମରେ ପ୍ରାୟ ୩୦ରୁ ଉର୍ଦ୍ଧ୍ଵ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।  ରବିବାର ରାତି ପ୍ରାୟ ସାଢେ ୯ଟା ବେଳେ ପାଟଣାଗଡ଼ ଡାକ୍ତରଖାନାରେ ଗ୍ରାମର କୁମାରୀ ମେହେର (୪୬)ଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସକାଳେ ତାଙ୍କ ନାତି ବବଲୁ ମେହେର (୧୦)ଙ୍କ ମୃତ୍ୟୁ ହୋଇଛି l ଏଭଳି ସ୍ଥିତିରେ ଗ୍ରାମବାସୀମାନେ ଆତଙ୍କ ଏବସ୍ଥାରେ ଅଛନ୍ତି ।

ଅନ୍ୟପଟେ ପଡ଼ିଆବାହାଲ ସରପଞ୍ଚ ଦେବରାଜ ପଧାନଙ୍କ ସୂଚନା ଅନୁଯାୟୀ, ଖପ୍ରାଖୋଲ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଡାକ୍ତର ସୁରଜଦୀପ ଆଜି ଦେଦର୍ହ ଗ୍ରାମକୁ ଯାଇ କ୍ୟାମ୍ପ୍ କରିବା ସହ ରୋଗୀଙ୍କୁ ଔଷଧ ଦେଇଥିବା କହିଛନ୍ତି । ଉକ୍ତ କ୍ୟାମ୍ପରେ ଖପ୍ରାଖୋଲ ସିଡିପିଓ ସୁଜାତା ଦୋରା, ସ୍ଥାନୀୟ ସରପଞ୍ଚ ଦେବରାଜ ପଧାନ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

 

Show More

Related Articles

Back to top button