ଓଡ଼ିଶାଶିକ୍ଷା

ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସି ଖବର , ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୭ହଜାର ଶିକ୍ଷକ ପଦବୀ

ଶିକ୍ଷକ ଆଶାୟୀଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ରାଜ୍ୟରେ ପୂରଣ ହେବ ୭ହଜାର ଶିକ୍ଷକ ପଦବୀ । ଆସନ୍ତା ମାସରେ ନିଯୁକ୍ତି ବାବଦରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ସ୍କୁଲ ଓ ଗଣ ଶିକ୍ଷା କହିଛନ୍ତି ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଗୁଣାତ୍ମକ ଶିକ୍ଷା । ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧୩ ହଜାର ଶିକ୍ଷକ ନିଯୁକ୍ତି ପାଇ ସାରିଛନ୍ତି। ଆଉ ଏବେ ୭ ହଜାର ଶିକ୍ଷକଙ୍କ ପଦବୀ ପୂରଣ ହେବ । ପବିତ୍ର ଗୁରୁ ଦିବସର ଶିକ୍ଷକମାନଙ୍କୁ ପ୍ରଣାମ ଓ ଆର୍ଶୀବାଦ ଭିକ୍ଷା କରୁଛି । ଛାତ୍ର ଛାତ୍ର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ।

ସେହିପରି କୋଭିଡ଼ ସସମୟରେ ପାଠପଢା ଅବଦାନ ଅତୁଳନୀୟ । ଦଶମ ଓ ଦ୍ୱାଦଶ ପାଠପଢା ଓ ସହ ପରୀକ୍ଷା ରେଜଲ୍ଟ ପ୍ରକାଶ କରାଇବାରେ ଆମେ ସକ୍ଷମ ହୋଇପାରିଛୁ । ଗୁରୁ ଦିବସକୁ ସଂକଳ୍ପ ଦିବସ ଭାବେ ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଶିକ୍ଷକମାନେ ତାଙ୍କ ଗୁରୁ ଦାୟିତ୍ଵ ସଠିକ ଭାବେ ନିର୍ବାହ କରିଛନ୍ତି । ସେପଟେ ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ ହୋଇଥିବା ରାଜ୍ୟର ପୁରୀ ଜିଲ୍ଲା ନିମାପଡା ଅଞ୍ଚଳର ଏକ ମାତ୍ର ଶିକ୍ଷକ ଈଶ୍ୱର ନାୟକଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।

Show More

Related Articles

Back to top button