Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଧାନୀ ଭୁବନେଶ୍ୱରରେ ଟିକାକରଣ ପାଇଁ ୨୭ଟି କେନ୍ଦ୍ରକୁ ପ୍ରସ୍ତୁତ କରୁଛି ପ୍ରଶାସନ

ଭୁବନେଶ୍ୱରରେ ଏବେ ସୁଦ୍ଧା ୨୭ଟି ଟିକାକରଣ କେନ୍ଦ୍ର ଚୁଡାନ୍ତ କରାଯାଇଛି । କ୍ୟାପିଟାଲ ଡାକ୍ତରଖାନା ସମେତ ୨୬ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ସ୍ଥାନ ଚିହ୍ନଟ ସରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି

ଭୁବନେଶ୍ୱରରେ ଏବେ ସୁଦ୍ଧା ୨୭ଟି ଟିକାକରଣ କେନ୍ଦ୍ର ଚୁଡାନ୍ତ କରାଯାଇଛି । କ୍ୟାପିଟାଲ ଡାକ୍ତରଖାନା ସମେତ ୨୬ଟି ସହରାଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ସ୍ଥାନ ଚିହ୍ନଟ ସରିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି । ଟିକାକରଣ ପାଇଁ ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଣିଥରେ ଭାକ୍ସିନେଟର ଓ ସହାୟକଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ପ୍ରଥମେ ସହରର ବିଭିନ୍ନ ସ୍ଥାନରେ ଥିବା ୟୁପିଏଚଏସ ଓ ୟୁସିଏଚସିଏରେ ଟିକାକରଣ କେନ୍ଦ୍ର ହେବ । ଏହାକୁ ଛାଡି ମଧ୍ୟ କିଛି କେନ୍ଦ୍ର ଘରୋଇ ହସ୍ପିଟାଲରେ ରହିବ । ଏଥିପାଇଁ ସହରରେ ୧୦୦ରୁ ଅଧିକା କର୍ମଚାରୀ ଥିବା ସମସ୍ତ ଡାକ୍ତରଖାନାକୁ ଚିଠି ଲେଖାଯାଇଥିଲି । ସେମାନେ ସମ୍ମତି ଜଣାଇଲେ ଏଠାରେ ଟିକାକରଣ କେନ୍ଦ୍ର କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

Show More

Related Articles

Back to top button