ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ସ୍ୱାମୀଙ୍କର ଖରାପ ଅଭ୍ୟାସର ଭୁଲକୁ ଭୋଗୁଛନ୍ତି ମହିଳା ମାନେ

ଆସନ୍ତୁ ଜାଣିବା କେଉଁ ରୋଗର ଶିକାର ହେବାର ସମ୍ଭାବନା ଥାଏ-

ମହିଳା ମାନଙ୍କ ଭିତରେ ଆଜିକାଲି ଅବସାଦର ସଂଖ୍ୟା ବଢ଼ିବାରେ ଲାଗିଛି l ସ୍ୱାମୀଙ୍କର ଖରାପ ଅଭ୍ୟାସ ଓ ଖରାପ ବ୍ୟବହାର ସ୍ତ୍ରୀ ମାନଙ୍କୁ ଅବସାଦ ଆଡକୁ ଟାଣି ନେଉଛି l ସେଥିପାଇଁ ମହିଳା ମାନେ ଆଜିକାଲି ମେନିୟା ନାମକ ରୋଗରେ ପୀଡିତା ହେଉଛନ୍ତି l ସ୍ୱାମୀଙ୍କର ମଦ ପିଇବାର ଅଭ୍ୟାସ ,ମିଛ କହିବାର ଅଭ୍ୟାସ ଓ ସମସ୍ତ କାମରେ ରୋକ ଟୋକ କରିବାର ଅଭ୍ୟାସ ମହିଳା ମାନଙ୍କୁ ଅବସାଦ ରୋଗକୁ ଟାଣି ନେଉଛି l ଅତି କମରେ ୧୦୦ଟି ମହିଳା ରୁ ୩୫ ଟି ମହିଳା ସ୍ୱାମୀ ମାନଙ୍କର ଏହି ଅଭ୍ୟାସ ଯୋଗୁ ଅବସାଦ ଗ୍ରସ୍ତ ହେଉଥିବାର ରେକର୍ଡ ରଖ ଯାଇଛି l ଯାହା ଦ୍ୱାରା ମହିଳା ମାନଙ୍କର ସ୍ୱାସ୍ଥ୍ୟ ସହିତ ମସ୍ତିସ୍କ ଉପରେ ଖରାପ ପ୍ରଭାବ ପକାଉଛି lଗୋଟିଏ ସର୍ଭେରୁ ଜଣାପଡିଛି ଯେ ସହରରେ ରହୁଥିବା ମହିଳା ମାନେ ଅଧିକ ଏହି ରୋଗରେ ପୀଡିତ ଅଟନ୍ତି l କାରଣ ସହରରେ ପ୍ରାୟତଃ ସମସ୍ତ ମହିଳା କର୍ମ ଯିବି ଅଟନ୍ତି ,ତା ସହିତ ଘରର ଦାଇତ୍ୱ ଏବଂ ସ୍ୱାମୀଙ୍କର ସବୁ କଥାରେ ରକ ଟୋକ ଯାହା ତାଙ୍କୁ ଅବସାଦ ଗ୍ରସ୍ତ କରୁଛି l ସ୍ଥିତି ଏପରି ହୋଇଯାଉଛି ଯେ ସେମାନେ କୌଣସି କାମ କରିବା ପାଇଁ ଡରୁଛନ୍ତି l ପୁରୁଷ ମାନଙ୍କର କଥାରେ ମୁଣ୍ଡ ପୁରାଇବା ଦ୍ୱାରା ତାଙ୍କର ଚାକିରୀ କ୍ଷତ୍ରରେ ପ୍ରଭାବ ପକାଉଛି l କିଛି କିଛି ଧନୀ ଶ୍ରେଣୀର ମହିଳା ଏହି ଅବସାଦକୁ ଏଡ଼ାଇବା ପାଇଁ ମଦ ପିଇବାର ଅଭ୍ୟାସ କରି ନେଉଛନ୍ତିl

ଏହି ସର୍ଭେରେ କିଛି ମହିଳା ନିଜ ସ୍ୱାମୀଙ୍କର ମଦ ପିଇବା ,ସିଗାରେଟ ଟାଣିବା ଓ ଗୁଟଖା ଖାଇବାର ଅଭ୍ୟାସକୁ ନେଇ ମାନସିକ ସ୍ତରରେ କଷ୍ଟ ପାଉଛନ୍ତି ବୋଲି କହିଥିଲେ l ଏହି ସବୁ କାରଣରୁ ସେମାନଙ୍କ ଘରେ ପ୍ରାୟତଃ ସବୁବେଳେ ବିଭିନ୍ନ ପ୍ରକାରର ବିବାଦ ଦେଖା ଯାଉଛି l ବିଶେଷଜ୍ଞମାନେ କହିଛନ୍ତି ଯେ ମହିଳା ମାନେ ଅବସାଦ ଗ୍ରସ୍ତ ହେବ ଦ୍ୱାରା ତାଙ୍କ ପିଲା ମାନଙ୍କର ଭବିଷ୍ୟତ ଉପରେ ଏହାର ଖରାପ ପ୍ରଭାବ ପଡି ପାରେ lମେନିୟା ରୋଗରେ ପୀଡିତା ହେଉଥିବା ମହିଳା ମାନଙ୍କର ଭୁଲିବାର ସମସ୍ୟା ଅଧିକ ଦେଖା ଯାଉଛି l ଯାହାକୁ ଡାକ୍ତରୀ ଭାଷାରେ ବ୍ରେନଫଗ କୁହାଯାଏ l ଏହା ସହିତ ଗବେଷକ ମାନେ କହିଛନ୍ତି ମହିଳା ମାନଙ୍କ ପାଖରେ ଥକାପଣ ,ଦୁର୍ବଳତା ଚିଡିଚିଡା ଶୋଭାବ ଦେଖା ଯାଇଥାଏ l ଯାହା ଆଜିକାଲିର ଗୋଟିଏ ସୁନ୍ଦର ପରିବାରକୁ ନଷ୍ଟ କରିବାର ମୁଖ୍ୟ କାରଣ ଅଟେ l

Show More

Related Articles

Back to top button