ସ୍ୱାସ୍ଥ୍ୟ

ମଧୁମେହ ରୋଗୀଙ୍କ ପାଇଁ ଖୁବ ଭୟଙ୍କର ହୋଇଥାଏ ଏହି ପାନୀୟ

ଦ୍ରୁତ ଗତିରେ ବଢିପାରେ ରକ୍ତ ଶର୍କରା, ଆସନ୍ତୁ ପଢିବା ଓ ଜାଣିବା ସେ ବିଷୟରେ-

ମଧୁମେହ ରୋଗରେ ଆକ୍ରାନ୍ତ ହେବ ଦ୍ୱାରା ଆପଣ ନିଜର ଖାଇବା ପିଇବାର ଠିକରେ ଦାଇତ୍ୱ ନେବା ଆବଶ୍ୟକ l ମଧୁମେହ ରୋଗୀମାନେ ବିଭିନ୍ନ ପ୍ରକାରର ଜିନିଷକୁ ଖାଇବାକୁ ବାରଣ କରାଯାଇଥାଏ l ଆପଣ ଜାଣି ରଖିବା ଉଚିତ ଯେ ମଧୁମେହ ରୋଗୀମାନେ କାର୍ବୋ ହାଇଡ୍ରେଡ଼ ଓ ଶର୍କରା ଥିବା ପାନୀୟକୁ ପିଇବା ଉଚିତ ନୁହେଁ ,କାରଣ ଏହି ପାନୀୟ ତାଙ୍କର ରକ୍ତ ଶର୍କରାକୁ ପ୍ରଭାବିତ କରି ପାରେ l ମଧୁମେହ ରୋଗୀମାନେ କମ କ୍ୟାଲୋରୀ କିମ୍ବା ଶୂନ୍ୟ କ୍ୟାଲୋରୀ ଯୁକ୍ତ ପାନୀୟ ପିଇବା ଆବଶ୍ୟକ l

ଯଦି ଆପଣ କୌଣସି ଶର୍କରା ଯୁକ୍ତ ପାନୀୟକୁ ପିଉଛନ୍ତି ଏହା ଆପଣଙ୍କର ରକ୍ତ ଶର୍କରାକୁ ବଢାଇବା ସହିତ ଯୋଜନାକୁ ମଧ୍ୟ ବୃଦ୍ଧି କରିଥାଏ l ଆଜିକାଲିର ଜୀବନ ଜାପାନ ପ୍ରଣାଳୀ ଏପରି ହୋଇ ଯାଇଛି ଯେ ଶରୀର ପଛେ ଅସୁସ୍ଥ ରହୁ କିନ୍ତୁ ସମସ୍ତେ ନିଜନିଜର ଜୀବନ ଶୈଳୀକୁ ବାହାରେ ଦେଖେଇ ହେବ ପାଇଁ ବିଭିନ୍ନ ପ୍ରକାରର ପାନୀୟକୁ ଦୈନଦିନ ଜୀବନରେ ସାମିଲ କରୁଛନ୍ତି l ତେଣୁ ମଧୁମେହ ରୋଗୀ ମାନେ ଏହି କିଛିଟା ପାନୀୟକୁ ନିଜ ଜୀବନରୁ ଦୁରେଇ ଦେଲେ ରକ୍ତ ଶର୍କରାଠୁ ଦୁରେଇ ରହିବେ l

ନିୟମିତ ସୋଢା -ମଧୁମେହ ରୋଗୀମାନେ ଯେଉଁ ପାନୀୟଠାରୁ ଦୁରେଇ ରହିବ ଆବଶ୍ୟକ ସବୁଠାରୁ ଶୀର୍ଷରେ ରହିଛି ସୋଢା l ସୋଢାରେ ଅଧିକ ମାତ୍ରାରେ କ୍ୟାଲୋରୀ ଓ କାର୍ବୋ ହାଇଡ୍ରେଡ଼ ରହିଛି ,ଯାହା ରକ୍ତ ଶର୍କରାକୁ ବଢାଇବା ସହିତ ଓଜନ ବଢାଇବା ଏବଂ ଦାନ୍ତର କ୍ଷୟ ହେବ ସହିତ ଯୋଡ଼ା ଯାଇଛି l ତେଣୁ ସୋଢା ପିଇବା ଉଚିତ ନୁହେଁ l

ଏନର୍ଜି ଡ୍ରିଂକ୍ସ -ଏନର୍ଜି ଡ୍ରିଂକ୍ସରେ କେଫିନ ଓ କାର୍ବୋ ହାଇଡ୍ରେଡ଼ ଅଧିକ ମାତ୍ରାରେ ରହିଥାଏ l ଏହି ଡ୍ରିଂକ୍ସ ଆପଣଙ୍କର ରକ୍ତ ଶର୍କରାକୁ ବଢାଇବା ସହିତ ଇନ୍ସୁଲିନ ପ୍ରତିରୋଧକର କାରଣ ହୋଇଥାଏ l ଏହି ପ୍ରକାରର ପାନୀୟ ଟାଇପ-୨ ମଧୁମେହକୁ ଟାଣି ଆଣିଥାଏ l ଅଧିକ କ୍ୟାଫିନ ଯୁକ୍ତ ପାନୀୟ ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ,ଅନିଦ୍ରା ଓ ମନର ବ୍ୟସ୍ତତାର କାରଣ ହୋଇଥାଏ l

ବଜାରରେ ମିଳୁଥିବା ଫଳରସ -ବଜାରରେ ମିଳୁଥିବା ଫଳରସରେ ଅଧିକ ମାତ୍ରାରେବ କାର୍ବୋ ହାଇଡ୍ରେଡ଼ ମିଳିଥାଏ l ଏହା ଆପଣଙ୍କ ରକ୍ତରେ ଶର୍କରା ବଢାଇବା ସହିତ ଓଜନ ମଧ୍ୟ ବୃଦ୍ଧି କରିଥାଏ l ତେଣୁ ଆପଣ ବଜାରରେ ମିଳୁଥିବା ଫଳ ରସକୁ ପିଇବା ବଦଳରେ ଘରେ ପ୍ରସ୍ତୁତ ହେଉଥିବା ଫଳରସ ପିଅନ୍ତୁ l

ମଧୁମେହ ରୋଗୀମାନେ ବାହାରେ ମିଳୁଥିବା ପାନୀୟ ପରିବର୍ତେ ସାଧାରଣ ପାଣି ,ଚାହା ,କଫି ,ଘରେ ପ୍ରସ୍ତୁତ ଫଳ ଓ ପରିବାର ରସ ଏବଂ କମ କ୍ରିମ ଯୁକ୍ତ କ୍ଷୀରକୁ ପ୍ରତିଦିନ ପିଇ ପାରିବେ l

Show More

Related Articles

Back to top button