ସ୍ୱାସ୍ଥ୍ୟ

ମାନସିକ ଓ ଶାରୀରିକ କ୍ଳାନ୍ତିକୁ ଦୁରେଇ ରଖିଥାଏ ଏହି ୫ଟି ଯୋଗାସନ

ଆସନ୍ତୁ ପଢିବ କଣ ସେସବୁ-

ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଯୋଗ ଓ ବ୍ୟାୟାମ କରିଥାନ୍ତି ,କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଆପଣ ମାନସିକ ସ୍ଥରରେ ସୁସ୍ଥ ରହିବେ ନାହିଁ ସେତେବେଳ ପର୍ଯ୍ୟନ୍ତ ଏହି ବ୍ବ୍ୟାୟାମର କୌଣସି ମୂଲ୍ୟ ନାହିଁ l ଯୋଗର ଫିଟ୍ନେସ ଗୁରୁ ସୁନେନା ରେଖି ଏପରି ୫ଟି ଯୋଗାସନ କହିଛନ୍ତି ଯାହା ଆପଣଙ୍କ ମାନସିକ ଚିନ୍ତାକୁ ଦୂର କରିବା ସହିତ ଅବସାଦ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ l ଆସନ୍ତୁ ଜାଣିବା ସେ ବିଷୟରେ l

ଅନୁଲୋମ ଵିଲୋମ -ଏହି ପ୍ରାଣାୟାମ କରିବା ପାଇଁ ପିଠିକୁ ସମ୍ପୂର୍ଣ୍ଣ ସିଧା ରଖି ବସାନ୍ତୁ l ବର୍ତ୍ତମାନ ଡାହାଣ ହାତର ଆଙ୍ଗୁଠିରେ ଡାହାଣ ପଟ ନାକ ପୁଡାକୁ ଦବାଇ ବାମ ପଟର ନାସିକା ସାହାଯ୍ୟରେ ଭିତରକୁ ନିଶ୍ୱାସ ନିଅନ୍ତୁ ଓ ଡାହାଣ ନାସିକା ଦ୍ୱାରା ନିଶ୍ୱାସକୁ ଛାଡ଼ନ୍ତୁ l ଏହାକୁ ଆପଣ ୨ ରୁ ୫ ମିନିଟ ପର୍ଯ୍ୟନ୍ତ କରି ପାରିବେ l

ବାଳାସନ -ବାଳାସନ କରିବା ପାଇଁ ଆଣ୍ଠୁକୁ ମାଡ଼ିକି ବସାନ୍ତୁ l ବର୍ତ୍ତମାନ ହାତକୁ ଯେତେ ପାରୁଛନ୍ତି ଆଗ ଆଡକୁ ଟାଣନ୍ତୁ l ଏହି ଆସନ ବହୁତ ସହଜ ଓ ଲାଭ ଦାୟକ ଅଟେ l ଏହାକୁ ୫ ମିନିଟ ପର୍ଯ୍ୟନ୍ତ କରନ୍ତୁ l

ମାର୍ଜାରି ଆସନ -ଏହି ଆସନରେ ଆଣ୍ଠୋଇ ହୋଇ ବସି ପିଠିକୁ ପଛପଟକୁ ମୋଡ଼ନ୍ତୁ l ନିଶ୍ୱାସ ଭିତରକୁ ନେଇ ପେଟକୁ ଭିତର ପଟକୁ କରିବା ସହିତ ନିଶ୍ୱାସକୁ ଧୀରେ ଧୀରେ ବାହାରକୁ ଛାଡ଼ନ୍ତୁ l ଏହାକୁ କରିବା ଦ୍ୱାରା ମସ୍ତିସ୍କ ଶାନ୍ତ ରହିଥାଏ l

ପଶ୍ଚିମ ତାନାସନ – ଏହି ଆସନରେ ପାଦ ଓ ପିଠିକୁ ସମ୍ପୂର୍ଣ ସିଧା ରଖନ୍ତୁ l ବର୍ତମାନ ନଇଁ ପଡି ହାତକୁ ତଳକୁ ଝୁଲାନ୍ତୁ l ପୁଣି ଧୀରେ ଧୀରେ ହାତକୁ ଉପରକୁ ଟେକି ସାମାନ୍ୟ ଅବସ୍ଥାକୁ ଆଣନ୍ତୁ l

ସବାସନ -ଏହି ଆସନ ଦ୍ୱାରା ଆରାମରେ ତଳେ ସୋଇଯାଇ ଶରୀରକୁ ଢିଲା ଛାଡି ଦିଅନ୍ତୁ l ଏହି ଆସନ ଦ୍ୱାରା ସମସ୍ତ ଚିନ୍ତା ଓ ଅବସାଦ ଦୁରେଇ ଯାଇଥାଏ l

Show More

Related Articles

Back to top button