ଜୀବନଚର୍ଯ୍ୟାଦେଶ ବିଦେଶ

ମା ଲକ୍ଷ୍ମୀ ଓ ସରସ୍ବତୀଙ୍କ ଆଶୀର୍ବାଦ ଚାହୁଁଛନ୍ତି କି?

ତେବେ ଏହିସବୁ ଅଭ୍ୟାସରୁ ଦୂରେଇ ରୁହନ୍ତୁ, ମିଳିବ ଉପକାର-

ଯଦି ଜୀବନରେ ସଫଳତା ପାଇବାକୁ ଚାହୁଁଛନ୍ତି ତେବେ ନିଜର ଖରାପ ଅଭ୍ୟସକୁ ଯେତେ ଶୀଘ୍ର ପାରୁଛନ୍ତି ତ୍ୟାଗ କରନ୍ତୁ l ନହେଲେ ସହଜରେ ମିଳିବାକୁ ଥିବା ସଫଳତା ଆପଣଙ୍କଠାରୁ ଶୀଘ୍ର ଦୁରେଇ ଯିବ l ଆଜି ପର୍ଯ୍ୟନ୍ତ ଦୁନିଆର ଯେତେବି ବିଦ୍ୱାନ ମଣିଷ ସଫଳ ହୋଇଛନ୍ତି ସେମାନେ ନିଜର କିଛିଟା ବଦ ଅଭ୍ୟାସକୁ ନିଜଠାରୁ ଦୁରେଇ ଦେଇଛନ୍ତି l ମା ସରସ୍ବତୀ ହେଉଛନ୍ତି ଜ୍ଞାନର ଦେବୀ l ଏହି କଥାକୁ ସମସ୍ତେ ମାନନ୍ତି ଯେ ଜ୍ଞାନହିଁ ଜୀବନର ଅନ୍ଧକାରକୁ ଦୁରେଇ ଦେଇ ଥାଏ l ଯାହାପାଖରେ ଜ୍ଞାନ ଅଛି ତାହା ପାଖରେ ପୃଥିବୀରେ କିଛିବି ଅସମ୍ଭବ ନୁହେଁ l ସରସ୍ୱତୀ ଯାହା ପାଖରେ ରହିଥାନ୍ତି ଲକ୍ଷ୍ମୀ ମଧ୍ୟ ତା ପାଖରେ ରୁହନ୍ତି l

ଲକ୍ଷ୍ମୀଙ୍କର ଉପଯୋଗ କିପରି କରାଯିବ ସେଥିପାଇଁ ମା ସରସ୍ୱତୀଙ୍କ ଆଶୀର୍ବାଦ ମିଳିବ ନିହାତି ଆବଶ୍ୟକ l ସରସ୍ୱତୀଙ୍କ ବିନା ଲକ୍ଷ୍ମୀ ଅଧିକ ସମୟ କାହାରି ପାଖରେ ତିଷ୍ଠି ରୁହନ୍ତି ନାହିଁ l ମା ସରସ୍ୱତୀ ଓ ଲକ୍ଷ୍ମୀଙ୍କର ଆଶୀର୍ବାଦ ସମସ୍ତେ ପ୍ରାପ୍ତ କରି ନଥାନ୍ତି l ସହି ଦୁଇଟି ଦେବୀଙ୍କର ଆଶୀର୍ବାଦ ସେ ହିଁ ପ୍ରାପ୍ତ କରିଥାଏ ଯିଏ କିଛିଟା ଖରାପ ଗୁଣକୁ ନିଜ ଭିତରୁ ଦୁରେଇ ଥାଏ l

ଛଳ କପଟ ଠାରୁ ଦୂରରେ ରୁହନ୍ତୁ -ଯେଉଁ ବ୍ୟକ୍ତି ଛଳ କପଟ ଠାରୁ ଦୂରରେ ରହିଥାଏ ସେ ସମସ୍ତଙ୍କର ପ୍ରିୟ ହୋଇଥାଏ l ଏହିପରି ବ୍ୟକ୍ତି ମାନେ ଜୀବନରେ ବହୁତ ସଫଳତା ପ୍ରାପ୍ତ କରନ୍ତି ଈଶ୍ୱର ମଧ୍ୟ ଏହିଭଳି ଲୋକଙ୍କର ପ୍ରତ୍ୱେକଟି ସ୍ତରରେ ସାହାଯ୍ୟ କରନ୍ତି l ଏହି ପରି ଲୋକମାନେ ମା ସରସ୍ୱତୀ ଓ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିଥାନ୍ତି l ଛଳ କପଟ କରୁଥିବା ବ୍ୟକ୍ତି ଓ ଅନ୍ୟର କ୍ଷତି ଚିନ୍ତା କରୁଥିବା ବ୍ୟକ୍ତି ଜ୍ଞାନ ଓ ଧନ ଦୁଇଟିରୁ ବଂଚିତ ରହିଥାଏ l

ବିଳାସ ବ୍ୟାସନରୁ ଦୁରେଇ ରୁହନ୍ତୁ -ବିଳାସ ପୂର୍ଣ୍ଣ ଜୀବନ ବ୍ୟକ୍ତିକୁ ଦୁର୍ବଳ କରିଥାଏ ଓ ତାର ପ୍ରତିଭାକୁ ନଷ୍ଟ କରିଥାଏ l ତେଣୁକରି ବିଳାସ ପୂର୍ଣ୍ଣ ଜୀବନ ଠାରୁ ଦୁରେଇ ରହିବ ବଶ୍ୟକ l ଯଦି କୌଣସି ବ୍ୟକ୍ତି ବିଳାସ ପୂର୍ଣ୍ଣ ଜୀବନ ସହ ନିଜକୁ ସବୁବେଳେ ଚଳାଇ ନେଉଛି ତେବେ ତାକୁ ସଫଳତା ମିଳିନଥାଏ l ବିଳାସ ପୂର୍ଣ୍ଣ ଜୀବନରେ ଫସିଥିବା ବ୍ୟକ୍ତି ନିଜ ପ୍ରତିଭାକୁ ଦେଖାଇ ପରେ ନାହିଁ l ଯେଉଁ କାରଣରୁ ଏହି ପରି ବ୍ୟକ୍ତି ମାନେ ସରସ୍ୱତୀ ଓ ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇ ନଥାନ୍ତି l

Show More

Related Articles

Back to top button