Breaking PLUSଓଡ଼ିଶାମୁଖ୍ୟ ଖବର

ବାଚସ୍ପତିଙ୍କ ଅଡିଓ କ୍ଲିପ୍ ଭାଇରାଲ୍ ଘଟଣାରେ କଟକ ସାଇବର୍ ଥାନାରେ ଦାୟର ହେଲା ମାମଲା

ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନାଁରେ ଗତ କିଛି ଦିନ ହେବ ଏକ ଅଡିଓ କ୍ଲିପ୍‌ ଭାଇରାଲ୍ ହେଉଛି। ଏହି ଘଟଣାରେ ଭାଇରାଲ କରିଥିବା ସଂସ୍ଥା ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଶନିବାର ବୃନ୍ଦାବନ ଦାସ ଆଜାଦ ନାମକ ଜଣେ ବ୍ୟକ୍ତି କଟକ ସାଇବର୍ ଥାନାରେ ଏତଲା ଦେଇଛନ୍ତି।

ନିର୍ଦ୍ଧିଷ୍ଟ ଏକ ନ୍ୟୁଜ୍‌ ପୋର୍ଟାଲ୍ ନିଜ ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏହି ଅଡିଓକୁ ଭାଇରାଲ୍ କରିଥିବା ବୃନ୍ଦାବନ ତାଙ୍କ ଅଭିଯୋଗରେ ଦର୍ଶାଯାଇଛନ୍ତି। ବାଚସ୍ପତି ଭଳି ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିଙ୍କ ଫୋନ୍‌କୁ ତାଙ୍କ ଅଜାଣତରେ ରେକର୍ଡ କରାଯାଇ ତାହାକୁ ଭାଇରାଲ୍ କରାଯିବା ଏକ ଦଣ୍ଡନୀୟ ଅପରାଧ ବୋଲି ଏତଲାରେ ଦର୍ଶାଯାଇଛି। ତେଣୁ ଏନେଇ ମାମଲା ରୁଜୁ କରି ତଦନ୍ତ ପରେ ଦୋଷୀକୁ ଦଣ୍ଡ ଦେବାକୁ ଏତଲାକାରୀ ବୃନ୍ଦାବନ ଦାସ ଆଜାଦ ଅନୁରୋଧ କରିଛନ୍ତି।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ କୁକୁଡ଼ାଖଣ୍ଡି ବ୍ଲକ୍ ସଭାପତିଙ୍କ ମଧ୍ୟରେ ହୋଇଥିବା ଏକ ବାର୍ତ୍ତାଳାପର ଅଡିଓ କିଛି ଦିନ ହେବ କେହି ଲିକ୍ କରିଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏତଲାକାରୀ ବୃନ୍ଦାବନ ଦାସ ଆଜାଦଙ୍କ କହିବା କଥା, ଗତ ୨ ତାରିଖରେ ସେ ଫେସ୍‌ବୁକ ଖୋଲି ଦେଖୁଥିବା ବେଳେ ଏକ ନ୍ୟୁଜ୍‌ ପୋର୍ଟାଲରେ ହଠାତ୍ ଅଡିଓ କ୍ଲିପ୍ ଚାଲିଥିଲା।

Show More

Related Articles

Back to top button