ଗୁପ୍ଚୁପ୍ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ଗୁପଚୁପ୍ର ଚାହିଦା ବିଷୟରେ ତ ଆପଣମାନେ ଜାଣିଥିବେ । ପ୍ରତ୍ୟକ ସହରର ଗଳି, ବଜାରଠୁ ଆରମ୍ଭ କରି ଅନେକ ବଡ ଫୁଡ୍ ଆଉଟଲେଟରେ ଗୁପ୍ଚୁପ୍ ଖାଇବା ପାଇଁ ଛୋଟରୁ ବଡ ପର୍ଯ୍ୟନ୍ତ ଗହଳି ଲାଗିଥାଏ । ବିଶେଷ କରି ଭାରତ, ପାକିସ୍ଥାନ ଏବଂ ନେପାଳରେ ଏହାର ଲୋକପ୍ରିୟତା ବହୁତ। କିନ୍ତୁ ନେପାଳରେ କାଠମାଣ୍ଡୁ ଘାଟିରେ ହଇଜା ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ଲଲିତପୁର ମହାନଗର ନିଗମ ବର୍ତ୍ତମାନ ଗୁପ୍ଚୁପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି।
ମିଳିଥିବା ସୂଚନା ଅନୁଯାୟୀ,ନେପାଳର କାଠମାଣ୍ଡୁରେ ହଇଜାର ପ୍ରକୋପ ବୃଦ୍ଧି ପାଉଛି । ହଇଜା ରୋଗୀଙ୍କ ସଂଖ୍ୟା ୧୫ କୁ ବୃଦ୍ଧି ପାଇଥିବାବେଳେ ସ୍ଥାନୀୟ ପ୍ରଶାସନ ଏହାକୁ ରୋକିବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଲଳିତପୁର ମହାନଗର ନିଗମ ଅଧିକାରୀମାନେ ଘୋଷଣା କରି କହିଛନ୍ତି ଯେ , ଗୁପଚୁପ୍ରେ ବ୍ୟବହୃତ ହେଉଥିବା ପାଣିରେ ହଇଜା ବ୍ୟାକ୍ଟେରିଆ ମିଳିଛି। ଯେଉଁଥି ପାଇଁ ଅନେକ ଲୋକ ହଇଜାର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଲଲିତପୁର ମହାନଗର ନିଗମ ବର୍ତ୍ତମାନ ଗୁପ୍ଚୁପ୍ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହାର ବିକ୍ରୟ ନିଷେଧ ରହିବ।