Breaking PLUSଓଡ଼ିଶାଖେଳଦେଶଦେଶ ବିଦେଶମୁଖ୍ୟ ଖବର

ସଂକ୍ଷିପ୍ତ ସମ୍ବାଦ

୧- ଶ୍ରୀ ମନ୍ଦିରରେ ମହାପ୍ରଭୁ ରତ୍ନ ସିଂହାସନରେ ଶ୍ରାଦ୍ଧ ବେଶରେ ସଜ୍ଜିତ ହୋଇ ନନ୍ଦରାଜା, ଯଶୋଦା, ଦେବକୀ, ବାସୁଦେବ, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ରାଣୀଙ୍କ ସ୍ଵତନ୍ତ୍ର ରୀତି- ନୀତି ଅନୁସାରେ ଶ୍ରାଦ୍ଧ ନୀତି ହେଲା ସମ୍ପୂର୍ଣ୍ଣ ।

୨- ସ୍ଥଳଭାଗ ନଛୁଇଁ ପଶ୍ଚିମବଙ୍ଗ ମୁହାଁ ହେଲା ବାତ୍ୟା ‘ଜୱାଦ୍’, ହେଲେ ନାକେଦମ କଲା ଲଗାଣ ବର୍ଷା । ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ ସବୁଠୁ ଅଧିକ ବର୍ଷା ହୋଇଥିବା ବେଳେ ପାରାଦୀପରେ ବି ପ୍ରବଳ ଛେଚିଲା ।

୩- ଆଜି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତ କାଳରେ ଭାରତ ଏବଂ ରୁଷ ମଧ୍ୟରେ ସହଯୋଗ ଅଧିକ ମଜଭୁତ କରିବାକୁ ପ୍ରତିରକ୍ଷା, ବାଣିଜ୍ୟ ଓ ପୁଞ୍ଜିନିବେଶ, ଶକ୍ତି ଓ ପ୍ରଯୁକ୍ତି ଆଦି କ୍ଷେତ୍ରରେ ଏକାଧିକ ରାଜିନାମା ସ୍ୱାକ୍ଷରିତ ହେବା କାର୍ଯ୍ୟକ୍ରମ ରହିଛି ।

୪- ରାଜଧାନୀ ଦିଲ୍ଲୀରେ ଆଜି ବନ୍ଦ ରହିବ ସ୍ୱାସ୍ଥ୍ୟସେବା । ନିଟ୍ କାନସେଲିଙ୍ଗରେ ବିଳମ୍ବ ହେଉଥିବାରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେସିଡେଣ୍ଡ ଡାକ୍ତର ।

୫- ତିନି ଦିନିଆ ପୁରୀ ଗସ୍ତରେ ରାଜ୍ୟପାଳ ଗଣେଶୀ ଲାଲ, ବାତ୍ୟା ବିଷୟରେ ପଚାରି ବୁଝିଲେ । ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ ।

୬- ଓଲା ନିଜର ଇଲେକ୍ଟ୍ରିକ ସ୍କୁଟର ଏସ୧ ଏବଂ ଏସ ୧ ପ୍ରୋର ଡେଲିଭରୀ ଡିସେମ୍ବର ୧୫ରୁ କରିବ ଆରମ୍ଭ ।

୭- ସ୍ୱଦେଶୀ ଜ୍ଞାନ କୌଶଳରେ ତିଆରି ହେଉଛି ଆଣ୍ଟି ଡ୍ରୋନ୍ । ଖୁବ୍ ଶୀଘ୍ର ସୁରକ୍ଷା ବାହିନୀରେ ହେବ ସାମିଲ । ଏ ନେଇ ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

୮- ସି’ ଶୋର୍ର ଆଉ ୫.୬୭କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଇଡ଼ି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)  ।

୯- ଏକ୍ସପର୍ଟଙ୍କ ଦାବି- ‘ଜାନୁଆରୀରେ ଆସିବ ତୃତୀୟ ଲହର, କିନ୍ତୁ ଲକଡାଉନ୍ ଆବଶ୍ୟକ ପଡିନପାରେ ।

୧୦- ଦିଲ୍ଲୀରେ କରୋନାଭାଇରସର ପ୍ରଥମ ‘ଓମିକ୍ରନ୍ ଭାରିଆଣ୍ଟ୍’ ମାମଲା ହେଲା ଚିହ୍ନଟ । ସେହିପରି ରାଜସ୍ଥାନର ଜୟପୁରରେ ଚିହ୍ନଟ ହେଲେ ଆଉ ନଅଟି ମାମଲା, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ହେଲା ବୃଦ୍ଧି ।

୧୧- ଏଣିକି ସରକାରୀ ଚାକିରି ପାଇବାକୁ ତାମିଲ ଭାଷା ପାସ କରିବା ନିହାତି ଜରୁରୀ, ତାମିଲନାଡୁ ସରକାର ଲାଗୁ କଲେ ଏହି ନୂଆ ନିୟମ ।

୧୨- ଗୋଆ ଦଖଲ ପାଇଁ କେଜ୍ରିୱାଲଙ୍କ ପ୍ରତିଶ୍ରୁତି । କହିଲେ ନିର୍ବାଚନ ଜିତିଲେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ପଠାଇବେ ୧ ହଜାର ଲେଖାଏଁ ଟଙ୍କା ।

୧୩- ଏଣିକି ପୁଡୁଚେରୀରେ ଯେଉଁ ଲୋକ କୋଭିଡର ଦୁଇଟି  ଡୋଜ ଟିକା ନେବ ନାହିଁ, ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁଡୁଚେରୀ ପ୍ରଶାସନ ଏହି ନିର୍ଦ୍ଦେଶକୁ ତତ୍-କାଳ ଲାଗୁ କରିବାକୁ ଦେଲେ ଆଦେଶ ।

୧୪- ଆଜି ଉତ୍ତରପ୍ରଦେଶର ଶ୍ରୀକୃଷ୍ଣ ଜନ୍ମସ୍ଥାନ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି କମ୍ପ୍ଲେକ୍ସରେ ପ୍ରଭୁ ଶ୍ରୀକୃଷ୍ଣ ବାଲ ବିଗ୍ରହଙ୍କର ହେବ ଜଳାଭିିଷେକ । ଏଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜିଲାରେ ୧୪୪ ଧାରା ହେଲା ଲାଗୁ । ଜନ୍ମସ୍ଥାନକୁ ଯାଇ ପାରିବନି କୌଣସି ଗାଡ଼ି ମୋଟର ।

୧୫- ଉଗ୍ରବାଦୀ ଭାବି ନାଗରିକଙ୍କ ଉପରକୁ ଗୁଳି ଚଳାଇ ଦେଲେ ସୁରକ୍ଷା ବଳ, ୧୩ ମୃତ, ଘଟଣାକୁ ନେଇ ନାଗାଲ୍ୟାଣ୍ଡରେ ବ୍ୟାପକ ହିଂସା, କୋର୍ଟ ଅଫ ଇନକ୍ୱାରୀ ପାଇଁ ଦେଲେ ଆଦେଶ ।

୧୬- ପାକିସ୍ତାନରେ ଶ୍ରୀଲଙ୍କା ନାଗରିକଙ୍କୁ ମୋବ୍ ଲିଚିଙ୍ଗ୍ ଘଟଣା: ୮୦୦ ଜଣଙ୍କ ବିରୋଧରେ ଆତଙ୍କବାଦ ମାମଲା ହେଲା ରୁଜ୍ଜୁ ।

୧୭- ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ହେଉଛନ୍ତି ପ୍ରସ୍ତୁତ । ଏ ନେଇ ଆମେରିକାର ଏକ ରିପୋର୍ଟକୁ ନେଇ ବଢିଲା ଚିନ୍ତା । ତେବେ ମସ୍କୋ ଏହି ରିପୋର୍ଟକୁ ଖଣ୍ଡନ କରିଛି ।

୧୮- କଳିଙ୍ଗ ଷ୍ଟାଡିୟମରେ ହକି ପୁରୁଷ ଜୁନିୟର ବିଶ୍ୱକପର ତାଜ ପିନ୍ଧିଲା ଆର୍ଜେଣ୍ଟିନା । ଶକ୍ତିଶାଳୀ ଟିମ ଜର୍ମାନୀକୁ ୨-୪ ଗୋଲରେ ହରାଇ ଆର୍ଜେଣ୍ଟିନା ଦୀର୍ଘ ୧୬ବର୍ଷ ପରେ ହେଲା ଚାମ୍ପିୟନ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିୟନ ଦଳକୁ ଟ୍ରଫି ଓ ମେଡାଲ କଲେ ପ୍ରଦାନ ।

୧୯- ଭାରତର ହାତ ମୁଠାରେ ମୁମ୍ବାଇ ଟେଷ୍ଟ, ବିଜୟଠୁ ୫ ଓ୍ଵିକେଟ୍ ଦୂରରେ ବିରାଟ ବାହିନୀ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା କିୱି ଟିମ ୧୪୦/୫, ବିଜୟ ଲକ୍ଷ ପାଇଁ ଦରକାରଆହୁରି ୪୦୦ ରନ୍ ।

୨୦- ଟେଷ୍ଟ କ୍ରିକେଟ୍ ରେ ଇତିହାସ ରଚିଲେ ଅଶ୍ଵିନ, ଟେଷ୍ଟ କ୍ରିକେଟ୍ରେ ଗୋଟିଏ ବର୍ଷରେ ଚତୁର୍ଥ ଥର ୫୦ କିମ୍ବା ସେଥିରୁ ଅଧିକ ଓ୍ଵିକେଟ ନେବାର କଲେ ରେକର୍ଡ ।

୨୧- ପୁଣି ଥରେ ରୌପ୍ୟରେ ସନ୍ତୁଷ୍ଟ ହେଲେ ସିନ୍ଧୁ, ବିଶ୍ୱ ବ୍ୟାଡମିଣ୍ଟନ ସିଜନର ଅନ୍ତିମ ଟୁର୍ନାମେଣ୍ଟର ଫାଇନାଲରେ ସିନ୍ଧୁଙ୍କୁ ହରାଇ ଦେଇଛନ୍ତି କୋରିଆର ୧୯ ବର୍ଷୀୟା ଆନ ସେୟଙ୍ଗ ।

Show More

Related Articles

Back to top button