ଦେଶମୁଖ୍ୟ ଖବର

କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ମିଳିବ ୫୦,୦୦୦ ଟଙ୍କା

କରୋନାରେ ପ୍ରାଣ ହରାଇଥିବା ପରିବାରକୁ ମିଳିବ ୫୦,୦୦୦ ଟଙ୍କାର କ୍ଷତିପୂରଣ । ରାଜ୍ୟସରକାର ସେମାନଙ୍କ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଏହି ଟଙ୍କା ବହନ କରିବେ । ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ କିମ୍ବା ଜିଲ୍ଲା ପ୍ରଶାସନ ମାଧ୍ୟମରେ ଯୋଗ୍ୟ ଆଶାୟୀଙ୍କୁ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟକୁ ଜଣାଇଛନ୍ତି । କେବଳ ମୃତ୍ୟୁ ପାଇଁ ନୁହଁ ବରଂ ଭବିଷ୍ୟତ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୋର୍ଟଙ୍କୁ କୁହାଯାଇଛି ।

କରୋନାରେ ପ୍ରାଣ ହରାଉଥିବା ପରିବାରକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ ନେଇ ପୂର୍ବରୁ ସୁପ୍ରିମକୋର୍ଟ ଅର୍ଡ଼ର କରିଥିଲେ । ଏହି ପରିମାଣ କେତେ ହେବ ସେ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ଗାଇଡଲାଇନ୍ସ ଜାରି କରିବା ସମ୍ପର୍କରେ କୋର୍ଟ କହିଥିଲେ । କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାଲାଗି ଆବେଦନ ହୋଇଥିଲା ।

କେନ୍ଦ୍ର ସରକାର କ୍ଷତିପୂରଣ ପ୍ରସଙ୍ଗରେ କହିଥିଲେ ଯେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ‌େହବ ନାହିଁ । କାରଣ ଏଭଳି କ୍ଷତିପୂରଣ ପ୍ରଦାନ କରାଗଲେ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଖାଲି ହୋଇଯିବ । ରାଜ୍ୟମାନେ ଅନ୍ୟ ବିପର୍ଯ୍ୟୟର ମୁକାବିଲା କରିପାରିବେ ନାହିଁ । ତେବେ ସୁପ୍ରିମକୋର୍ଟ କହିଥିଲେ ଯେ ଏନ୍‌ଡିଏମ୍‌ଏର ଧାରା ୧୨ରେ ବିପର୍ଯ୍ୟୟ ମୃତ୍ୟୁରେ କ୍ଷତିପୂରଣ ଦେବାକୁ ବ୍ୟବସ୍ଥା ରହିଛି । ଏହାକୁ ପୂରଣ କରିବା ହେଉଛି ସରକାରଙ୍କ ଦାୟିତ୍ୱ । ତେବେ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି ।

Show More

Related Articles

Back to top button