Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନ୍ ରେ କୋଭିସିଲ୍ଡକୁ ମଞ୍ଜୁରୀ

ନିୟମରେ ପରିବର୍ତ୍ତନ ପରେ ବି କ୍ୱାରେଣ୍ଟାଇନକୁ ଦୋହରାଇଲା

ଭାରତରେ ବ୍ୟବହୃତ କୋଭିସିଲ୍ଡ ଟିକାକୁ ମାନ୍ୟତା ଦେଲା ବ୍ରିଟେନ । ଏହା ସହିତ ନିଜ ଦେଶରେ ପ୍ରବେଶ ନିମନ୍ତେ କରାଯାଇଥିବା ନିୟମରେ ମଧ୍ୟ ପରିବର୍ତ୍ତନ କରିଛି । କିଛି ଦିନ ପୂର୍ବରୁ ବ୍ରିଟେନ କୋଭିସିଲ୍ଡକୁ ଟିକା ଭାବେ ଗ୍ରହଣ କରି ନଥିଲା ଏବଂ ନିଜ ଦେଶରେ ଭାରତୀୟ ମାନଙ୍କୁ ପ୍ରବେଶ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି କହିଥିଲା ।

ଏହାକୁ ନେଇ ଭାରତ ସରକାର ତୀବ୍ର ପ୍ରତିବାଦ କରିଥିଲେ । ଏଥିସହ ବ୍ରିଟେନବାସୀ ଭାରତ ଆସିଲେ ସମାନ ନୀତି ଗ୍ରହଣ କରାଯିବ ବୋଲି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚେତାବନୀ ଦେଇଥିଲେ । କଂଗ୍ରେସ ସାଂସଦ ଶଶି ଥରୁର ମଧ୍ୟ କୋଭିସିଲ୍ଡକୁ ନେଇ ଦୋମୁହାଁ ନୀତି ଆପଣାଉଥିବା କହିଥିଲେ ।

ଭାରତରେ ବ୍ରିଟେନ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଆଜି ୟୁକେ ସରକାର କୋଭିସିଲ୍ଡ ଟିକାକୁ ଅନୁମତି ଦେଇଛନ୍ତି । ଏହାର ଅର୍ଥ କୋଭିସିଲ୍ଡ ଟିକା ନେଇଥିବା ଲୋକମାନେ ବ୍ରିଟେନ ଯାଇପାରିବେ । କୋଭିସିଲ୍ଡ ଟିକାକୁ ଅନୁମତି ଦେଇଥିଲେ ମଧ୍ୟ ଟିକା ପ୍ରମାଣପତ୍ରକୁ ନେଇ ନୂଆ ଭେଳିକି ଦେଖାଇଛି ବ୍ରିଟେନ ।

ବ୍ରିଟେନ କୋଭିସଲ୍ଡକୁ ମାନ୍ୟତା ଦେଇଥିଲେ ମଧ୍ୟ ଗାଇଡଲାଇନରେ କହିଛି ଯେ କୋଭିସିଲ୍ଡର ଦୁଇଟି ଯାକ ଡୋଜ୍ ନେଇଥିଲେ ବି ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ । କୋଭିସିଲ୍ଡକୁ ନେଇ ଆମର କୌଣସି ଅସୁବିଧା ନାହିଁ । କିନ୍ତୁ ଭାରତରେ ଦିଆଯାଉଥିବା ଟିକା ପ୍ରମାଣପତ୍ରକୁ ନେଇ ସନ୍ଦେହ ରହିଛି । ଆମେ ଭାରତ ସରକାରଙ୍କ ସହ ଟିକା ପ୍ରମାଣପତ୍ରରର ମାନ୍ୟତାର ପରିଧି ବୃଦ୍ଧି କରିବାକୁ କାର୍ଯ୍ୟ କରୁଛୁ ବୋଲି ବ୍ରିଟେନ ସରକାର କହିଛନ୍ତି ।

ବ୍ରିଟେନ ତା’ର ସଂଶୋଧିତ ଗାଇଡଲାଇନରେ କହିଛି ଯେ ଅକ୍ଟୋବର ୪ରୁ ୟୁକେ, ୟୁରୋପ, ଆମେରିକା ତଥା ଆଉ କିଛି ଦେଶ ଦ୍ୱାରା ମାନ୍ୟତା ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ । ପୂର୍ବରୁ କିଛି ଟିକାକୁ ଅନୁମୋଦନ ମିଳିଥିଲା ଏବେ ଆଉ କିଛି ଟିକାକୁ ସ୍ୱୀକୃତିପ୍ରାପ୍ତ ତାଲିକାରେ ସାମିଲ କରାଯାଉଛି । ସେଗୁଡ଼ିକ ହେଲା ଆଷ୍ଟ୍ରାଜେନେକା କୋଭିସିଲ୍ଡ, ଆଷ୍ଟ୍ରାଜେନାକା ଭାକ୍ସଜେଭରିଆ ଓ ମଡର୍ଣ୍ଣା ଟାକେଟା । ଏହି ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିଲେ ମଧ୍ୟ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ ।

ଭାରତରେ କୋଭିସିଲ୍ଡର ଉତ୍ପାଦନ କରୁଥିବା ସେରମ ମୁଖ୍ୟ ଅଦର ପୁନାୱାଲା କହିଛନ୍ତି, ବ୍ରିଟେନ ସରକାର କୋଭିସିଲ୍ଡକୁ ମାନ୍ୟତା ଦେଇଛନ୍ତି । ଏହା ଖୁସିର ବିଷୟ । କିନ୍ତୁ ପୂର୍ବ ଭଳି କ୍ୱାରେଣ୍ଟାଇନ ନିୟମ ବଦଳି ନାହିଁ । ତେଣୁ ଏହି ସମସ୍ୟାରେ ତୁରନ୍ତ ସମାଧାନ ହେବା ଦରକାର ।

Show More

Related Articles

Back to top button