ବାଣିଜ୍ୟ

ଦୀପାବଳି ପୂର୍ବରୁ ଲଞ୍ଚ୍ ହେବ ରିଅଲମିର ଏହି ଦମଦାର୍ ୫ଜି ଫୋନ୍

ଦାମ୍ ବି ବହୁତ କମ୍

ରିଅଲମି ଜିଟି ଅତିଶୀଘ୍ର ବଜାରକୁ ଆସିବ । ଏହି ସ୍ମାର୍ଟଫୋନରୁ ଅପେକ୍ଷା କରିଥିବା ୟୁଜରଙ୍କ ଅପେକ୍ଷାର ଅନ୍ତ ଘଟିଛି । ଦୀପାବଳି ପୂର୍ବରୁ ଏହି ଫୋନ୍ ବଜାରକୁ ଆସିଯିବ ବୋଲି କମ୍ପାନୀ ଘୋଷଣା କରିଛି । ରିଅଲମି ଜିଟି ୫ଜି ନଭେମ୍ବର ୪ ତାରିଖ ପୂର୍ବରୁ ଭାରତରେ ଲଞ୍ଚ୍ ହେବ ବୋଲି ଆଶା କରାଯାଉଛି ।

ଫୋନ୍‌ର ଫିଚର୍ ଓ ସ୍ପେସିଫିକେସନ୍

ଫୋନରେ ୧୦୮୦ ରେଜ୍ୟୁଲେସନ୍ ସହ ୬.୪୩ ଇଞ୍ଚ୍‌ର ଡିସପ୍ଲେ ରହିଛି । ଯାହା ଆମୋଲେଡ୍ ଡିସପ୍ଲେ ଅଟେ । ଡିସପ୍ଲେର ଆସପେକ୍ଟ ରେସିଓ ୨୦.୯ ଓ ରିଫ୍ରେସ୍ ରେଟ୍ ୧୨୦ ଏଚଜେଡ୍ ଅଟେ । ଫୋନରେ ଇନ୍ ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ୍ ସେନସର୍ ରହିଛି । ଏହି ସ୍ମାର୍ଟଫୋନ୍ ଡ୍ୟାସିଂ ସିଲଭର୍, ଡ୍ୟାସିଂ ବ୍ଲୁ ଓ ରେସିଂ ୟେଲୋ ରଙ୍ଗରେ ଉପଲବ୍ଧ ।ଫଟୋଗ୍ରାଫି ପାଇଁ ଫୋନରେ ଏଲଇଡି ଫ୍ଲାସ୍ ସହ ତ୍ରିପଲ୍ ରିଅର୍ କ୍ୟାମେରା ସେଟଅପ୍ ରହିଛି । ୬୪ ମେଗାପିକ୍ସଲ ପ୍ରାଇମେରୀ ସେନସର୍ ସହ ୮ ଏମପିର ଅଲଟ୍ରା ଓ୍ୱାଇଡ୍ ଓ ୨ ମେଗା ପିକ୍ସଲର ମାକ୍ରୋ ସେନସର୍ ରହିଛି । ସେଲଫି ପାଇଁ ଫୋନରେ ୧୬ ମେଗାପିକ୍ସଲ କ୍ୟାମେରା ରହିଛି ।ଫୋନରେ ୧୨ ଜିବି ଯାଏଁ ରାମ୍ ରହିଥିବା ବେଳେ ଇଣ୍ଟରନାଲ୍ ମେମୋରୀ ରହିଛି ୨୫୬ ଜିବି । ଏହାସହ ୪୫୦୦ ଏମଏଏଚର ବ୍ୟାଟେରୀ ରହିଛି । ଆହୁରି ମଧ୍ୟ, ବ୍ଲୁଟୁଥ୍, ଓ୍ୱାଇଫାଇ, ଜିପିଏସ ଆଦି ପିଚର୍ ମଧ୍ୟ ଫୋନରେ ରହିଛି । ଭାରତରେ ଏହା ୩୫ରୁ ୪୦ ହଜାର ମଧ୍ୟରେ ବିକ୍ରି ଲଞ୍ଚ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Show More

Related Articles

Back to top button