ଜୀବନଚର୍ଯ୍ୟା

ଅସୁବିଧା ସମୟରେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରକ୍ଷା କରିଥାଏ ଖରାପ ପରିସ୍ଥିତିରୁ

ଶାସ୍ତ୍ର ଅନୁସାରେ : ବ୍ୟକ୍ତିକୁ ଅସୁବିଧାରୁ ରକ୍ଷା କରିଥାଏ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ

ଶାସ୍ତ୍ର ଅନୁସାରେ ଧନର ଦେବୀ ଲକ୍ଷ୍ମୀଙ୍କୁ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ l ପ୍ରତେକ ମଣିଷ ଜୀବନରେ ମା ଲକ୍ଷୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ପ୍ରୟାସ କରିଥାଆନ୍ତି l ଲକ୍ଷ୍ମୀଙ୍କ ଆଶୀର୍ବାଦ ସେହି ବ୍ୟକ୍ତିଙ୍କୁ ମିଳିଥାଏ ଯିଏ କିଛି ବିଶେଷ ଗୁଣର ଅଧିକାରୀ ହୋଇଥାଆନ୍ତି l ଲକ୍ଷ୍ମୀଙ୍କ ଆଶୀର୍ବାଦ ଦ୍ୱାରା ଜୀବନ ସୁଖଶାନ୍ତିରେ ପୁରି ଉଠିବା ସହିତ ଅସୁବିଧା ଦୁରେଇ ଯାଇଥାଏ l ଯଦି ବି ଜୀବନରେ ବାଧା ଓ ସଙ୍କଟ ଆସିଥାଏ ତାକୁ ପାର କରି ହୋଇଯାଏ l

ଧନ ଅସୁବିଧାରୁ ରକ୍ଷା କରିଥାଏ –

ଶାସ୍ତ୍ର ଅନୁସାରେ ଯେତେବେଳେ ବିପଦ ଆସିଥାଏ ସେତେବେଳେ ବ୍ୟକ୍ତି ଉପରେ ସବୁ କିଛି ମାଡିଆସେ l ସେତେବେଳେ ମିତ୍ର ,ସମ୍ପର୍କୀୟ ଓ ସମସ୍ତେ ପାଖ ଛାଡି ଦେଇ ଥାଆନ୍ତି l ଜୀବନରେ ଖୁବ କମ ଲୋକ ଥାଆନ୍ତି ଯେଉଁମାନେ ଅସୁବିଧା ସମୟରେ ସାଙ୍ଗରେ ଠିଆ ହୋଇ ଥାଆନ୍ତି l ଏହି ସମୟରେ ବ୍ୟକ୍ତିକୁ ଧନର ଉପଯୋଗୀତା ବିଷୟରେ ଜଣା ପଡିଥାଏ l ଯେତେବେଳେ ମଣିଷ ନିକଟରେ ଧନ ଥାଏ ସେତେବେଳେ ଅସୁବିଧାରୁ ଓହରିବା ସହଜ ହୋଇଥାଏ l ସେଥିପାଇଁ ଧନର ମହତ୍ୱ ମଧ୍ୟ ବୁଝିବା ଆବଶ୍ୟକ l

ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ ରଖିବା ପାଇଁ ଏହି କଥାର ଧ୍ୟାନ ରଖିବା ଉଚିତ –

– ଅନୁଶାସନ ପାଳନ କରିବା ଆବଶ୍ୟକ

– ସମୟାନୁବର୍ତ୍ତିତା ହେବା ଉଚିତ

– ଭୁଲ ଓ ଅନୈତିକ କାର୍ଯ୍ୟରୁ ଦୁରେଇ ରହିବା ଉଚିତ

– ସ୍ୱାର୍ଥ ପାଇଁ କିମ୍ବା ଭୁଲ ସଙ୍ଗ ଦୋଷ ଗ୍ରହଣ କରିବା ଉଚିତ ନୁହେଁ

– ଅନ୍ୟର ଧନକୂ ହାସଲ କରିବାର ପ୍ରୟାସ କରିବା ଉଚିତ ନୁହେଁ

– ପରିଶ୍ରମୀ ହେବା ସହିତ ଅହଂକାର ଠାରୁ ଦୁରେଇ ରହିବା ଉଚିତ

– ବିନମ୍ରତା ରଖିବା ଆବଶ୍ୟକ ଓ ଲୋକ ମାନଙ୍କର ଭଲ କାର୍ଯ୍ୟ ବିଷୟରେ ଚିନ୍ତା କରିବା ଉଚିତ

– ବାଣୀରେ ମଧୁରତା ରଖିବା ଉଚିତ

Show More

Related Articles

Back to top button