ସ୍ୱାସ୍ଥ୍ୟ

ଯଦି ଶରୀରରେ କୋଲେଷ୍ଟ୍ରଲ ବଢୁଛି :ତେବେ ପିଆଜ ସହିତ ଏହିସବୁ ଜିନିଷ ସେବନ କରନ୍ତୁ

କୋଲେଷ୍ଟ୍ରଲ ଏକ ପ୍ରକାରର ଏଭଳି ରୋଗ ଯାହା ଲିଭରରୁ ଉତ୍ପନ ହୋଇଥାଏ l ଆମ ଶରୀରରେ ପ୍ରତେକ କୋଷିକା ଜୀବିତ ରହିବ ପାଇଁ କୋଲେଷ୍ଟ୍ରଲ ଏକ ମହତ୍ୱପୂର୍ଣ୍ଣ ଅଂଶ l କୋଲେଷ୍ଟ୍ରଲ ଗୋଟିଏ ଚକଣିଆ ତରଳ ପଦାର୍ଥ ଯାହା ବ୍ଲଡ଼ ପ୍ଲାଜ୍ମା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ପହଂଚିଥାଏ

ଯଦି କୋଲେଷ୍ଟ୍ରଲର ମାତ୍ରା ଶରୀରରେ ଅଧିକ ହୁଏ ତେବେ ରକ୍ତ ପ୍ରବାହ ସହିତ ବିଭିନ୍ନ ସମସ୍ୟାର କାରଣ ହୋଇଥାଏ l ଯଦି ଶରୀରରେ ଭଲ କୋଲେଷ୍ଟ୍ରଲ ରହିଛି ତେବେ ତାହା ଶରୀରକୁ ସୁସ୍ଥ ରଖିଥାଏ l କୋଲେଷ୍ଟ୍ରଲ ବଢିବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଥାଏ l

କୋଲେଷ୍ଟ୍ରଲ ବଢିବା ଦ୍ୱାରା ଏହିସବୁ ଲକ୍ଷଣ ଦେଖାଯାଇଥାଏ -ମୁଣ୍ଡରେ ଯନ୍ତ୍ରଣା ,ଧଇଁସଇଁ ହେବା ,ମୋଟାପଣ ,ଝାଳ ବୋହିବା ,ଛାତିରେ ଜ୍ବଳନ ହେବା l

* ପିଆଜ ରସରେ ଅଦା ରସ ସହିତ ଲେମ୍ବୁ ଓ ମହୁ ମିଶାଇ ପ୍ରତେକ ଦିନ ଗୋଟିଏ ଚାମଚ ଖାଲି ପେଟରେ ପିଇବା ଦ୍ୱାରା କୋଲେଷ୍ଟ୍ରଲରୁ ଆରାମ ମିଳିଥାଏ l

* ପିଆଜ ରସରେ କୌଣସି ପ୍ରକାରର ଫ୍ୟାଟ ନଥାଏ ଏହା ପାଚନ ତନ୍ତ୍ରକୁ ଠିକ କରିଥାଏ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ l ତେଣୁ ଆପଣ ପିଆଜ ସହିତ ଲାଉକୁ ମିଶାଇ ରସ କରି କୋଲେଷ୍ଟ୍ରଲ ପାଇଁ ପିଇ ପାରିବେ l

* ମହୁରେ କାର୍ବୋ ହାଇଡ୍ରେଡ଼ ନିୟସିଂ ,ଭିଟାମିନ-ବି ୬ ଓ ସି ତାସାହିତ ଅମିନୋ ଏସିଡ ରହିଛି l ଯାହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ସହଜ ହୋଇଥାଏ ,ତେଣୁ ଆପଣ ରସୁଣ ରସରେ ମହୁ ମିଶାଇ ମଧ୍ୟ କୋଲେଷ୍ଟ୍ରଲ ପାଇଁ ପିଇ ପାରିବେ l

* ଅଦାରେ କପର ଓ ମାଙ୍ଗାନିଜ ଭରପୁର ମାତ୍ରାରେ ରହିଛି l ଯାହା ଶରୀରର କୋଲେଷ୍ଟ୍ରଲ ପାଇଁ ନିହାତି ଆବଶ୍ୟକ l ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମିବା ସହିତ କୋଲେଷ୍ଟ୍ରଲ ନିୟନ୍ତ୍ରଣ ହୁଏ l

Show More

Related Articles

Back to top button