ଦେଶ ବିଦେଶସ୍ୱାସ୍ଥ୍ୟ

ଏହି ୪ଟି ଜିନିଷକୁ ନିଜ ଖାଦ୍ୟରେ ସାମିଲ କରି ଅକ୍ସିଜେନ ସ୍ତରକୁ ସନ୍ତୁଳନ ରଖନ୍ତୁ

ବର୍ତମାନ ଭାରତରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି ଓ ଦେଶରେ ଅକ୍ସିଜେନ ର ଅଭାବ ରହିଛି

ବର୍ତ୍ତମାନ ସମୟରେ ସବୁଠୁ ଆବଶ୍ୟକ ହେଲା ରୋଗ ପ୍ରତିରୋଧକ କ୍ଷମତା ଓ ଅକ୍ସିଜେନ l ସାମାନ୍ୟ ସ୍ୱାସ୍ଥ୍ୟ କର ଖାଦ୍ୟ ସହିତ ଆପଣ ମଧ୍ୟ ନିଜର ଅକ୍ସିଜେନ ସ୍ତରକୁ ଠିକ ରଖି ପାରିବେ l ଆସନ୍ତୁ ଜାଣିବା l

* ଦହି – ଏହି ଖାଦ୍ୟ ତାଲିକାରେ ସବୁଠୁ ଆଗରେ ଦହି ରହିଛି l ଦହି ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ଅଟେ ଓ ଏଥିରେ ପ୍ରୋଟିନ ,ଭିଟାମିନ ଓ କ୍ୟାଲସିୟମ ରହିଛି l ଗବେଷକ ମାନଙ୍କ ମତରେ ଦହି ନିୟମିତ ଖାଇବା ଦ୍ୱାରା ଶରୀରର ସ୍ତର ଠିକ ରହିବ l କୁହାଯାଇଛି ଯେ ଦାହିକୁ ମିଠା କିମ୍ବା ଫଳ ସହିତ ଖାଇବା ଖୁବ ଲାଭଦାୟକ ଅଟେ l

* ଲେମ୍ବୁ – ଲେମ୍ବୁକୁ ଭିଟାମିନ ସି ର ଭଲ ସ୍ରୋତ ଭାବରେ ଗ୍ରହଣ କରାଯାଇଛି l ଲେମ୍ବୁ ନିୟମିତ ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ମଜବୁତ ହୋଇଥାଏ ଓ ଶରୀରଅକ୍ସିଜେନ ସ୍ତର ସନ୍ତୁଳିତ ରହିଥାଏ l ତା ସହିତ ଏହା ଏକ ପ୍ରାକୃତିକ ଆଣ୍ଟି ବାୟୋଟିକ ଅଟେ l ଲେମ୍ବୁର ବ୍ୟବହାର ପାଣି ଓ ସର୍ବତ ରେ କରାଯାଇଛି l

* କଦଳୀ – କଦଳୀ ପ୍ରାୟତଃ ପ୍ରତେକ ବର୍ଗର ଲୋକଙ୍କୁ ଭଲ ଲାଗିଥାଏ l କଦଳୀ ଖାଇବା ଦ୍ୱାରା ଶରୀରରେ ଅକ୍ସିଜେନ ସ୍ତର ବଢିଥାଏ l କାରଣ ଏଥିରେ ପ୍ରଚୁର ମାତ୍ରାରେ ଅଲକଲାଇନ ରହିଛି l ତେଣୁ କଦଳୀ ଖାଇବା ଦ୍ୱାରା ଅକ୍ସିଜେନ ସ୍ତର ଠିକ ରୁହେ l

* ରସୁଣ – ରସୁଣର ଔଷଧୀୟ ଗୁଣ ପ୍ରାୟ ସମସ୍ତ ଭାରତୀୟ ଜାଣିଛନ୍ତି l ଖାଦ୍ୟର ସ୍ୱାଦ ବଢାଇବା ସହିତ ରସୁଣ ଶରୀର ପାଇଁ ମଧ୍ୟ ଉପଯୋଗୀ l ଗବେଷକ ମାନଙ୍କ ମତରେ ରସୁଣ ଶରୀରର ଅକ୍ସିଜେନ ସ୍ତରକୁ ଠିକ ରଖିଥାଏ l

Show More

Related Articles

Back to top button