ଜୀବନଚର୍ଯ୍ୟାଦେଶ ବିଦେଶ

ଗୁଗୁଲରେ କରୁଛନ୍ତି ଏପରି ସର୍ଚ୍ଚ, ପଡିପାରନ୍ତି ଅସୁବିଧାରେ

ଦେଶରେ ଏବେ କରୋନା ଦ୍ୱିତୀୟ ଲହରଚାଲିଛି। ଅନେକ ରାଜ୍ୟରେ କଟକଣା ଜାରି ହେଉଥିବା ବେଳେ ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି

ଇଣ୍ଟରନେଟ୍‌ ଉପଯୋଗ ବଢିଥିବା ବେଳେ ସର୍ଚ୍ଚ ଇଞ୍ଜିନ ‘ଗୁଗଲ’ ଲୋକଙ୍କ ଲାଗି ମାର୍ଗଦର୍ଶକ ପାଲଟିଛି। ତେବେ ଘରେ ଖାଲି କଟାଉଥିବା ସମୟରେ ଗୁଗଲରେ ଏପରି କୌଣସି ସର୍ଚ୍ଚ କରନ୍ତୁନି ଯାହା ପରେ ଆପଣଙ୍କ ଲାଗି କ୍ଷତିର କାରଣ ନ ହେବ। ଏଠାରେ ଆମେ ଆପଣଙ୍କୁ ଏପରି କିଛି ସର୍ଚ୍ଚ ସମ୍ପର୍କରେ ସୂଚିତ କରିବାକୁ ଯାଉଛୁ ଯାହା ଆପଣ କରିବା ଉଚିତ ନୁହେଁ।

ଗୁଗଲ ଉପରେ ରହିଛି ହ୍ୟାକରଙ୍କ ନଜର
ହୁଏତ କମ୍‌ ଲୋକେ ଜାଣନ୍ତି ଗୁଗଲ ସର୍ଚ୍ଚ ଇଞ୍ଜିନ ଉପରେ ହ୍ୟାକରଙ୍କ ନଜର ରହିଛି ବୋଲି। ଲୋକଙ୍କ ସର୍ଚ୍ଚ ଉପରେ ହ୍ୟାକର ସର୍ବଦା ନଜର ରଖି ରହିଛନ୍ତି। ଯେତେବେଳେ ଆପଣଙ୍କ ସର୍ଚ୍ଚ ଓ ସେମାନଙ୍କ ଶିକାର ଗୋଟିଏ ସ୍ଥାନରେ ଏକ ହୁଏ ଆପଣ ସେମାନଙ୍କ ଠକାମୀର ଶିକାର ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ସର୍ଚ୍ଚ ଇଞ୍ଜିନରେ କଣ ସବୁ ସର୍ଚ୍ଚ କରିବାନି ଆମେ।

ବ୍ୟାଙ୍କ ସମ୍ପର୍କିତ ତଥ୍ୟ-
କରୋନା ଯୋଗୁ ଲୋକେ ସିଧା ବ୍ୟାଙ୍କକୁ ନ ଯାଇ ଅନ-ଲାଇନ୍‌ ବ୍ୟାଙ୍କିଙ୍ଗ ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିରେ ଲାଭ ତ ଅନେକ ହେଉଛି ହେଲେ ଲୋକସାନ ଭୟମଧ୍ୟ ରହିଛି। ଅନ-ଲାଇନ୍‌ ହ୍ୟାକର୍ସ ବ୍ୟାଙ୍କ ଭଳି ୟୁଆରଏଲ ତିଆରି ଦେଉଛନ୍ତି। ଫଳରେ ଆମେ ଯେତେବେଳେ ସମ୍ପୃକ୍ତ ବ୍ୟଙ୍କର ନାମ ଟାଇପ କରୁଛେ ସେମାନଙ୍କ ଜାଲରେ ଫଶୁଛେ। ଏଣୁ ବ୍ୟାଙ୍କ ସମ୍ପର୍କରେକୌଣସି ତଥ୍ୟ ଗୁଗଲରୁ ଜାଣିବା ପରିବର୍ତ୍ତେ ବ୍ୟାଙ୍କର ଅଧିକାରିକ ପୋର୍ଟାଲ ବ୍ରାଉସିଂ କରନ୍ତୁ।

ସର୍ଚ୍ଚ ଇଞ୍ଜିନରେ ଖୋଜନ୍ତୁନି କଷ୍ଟମର କେୟାର ନମ୍ବର
ପ୍ରାୟତଃ ଆମେ କୌଣସି କଷ୍ଟମର କେୟାରର ନମ୍ବର ପାଇଁ ଗୁଗଲ ସର୍ଚ୍ଚ ଇଞ୍ଜିନକୁ ଚାଲିଯାଇଥାନ୍ତି। ଖାସ ଏଥିପାଇଁ ଅନେକ ଲୋକେ ଅନଲାଇନ୍‌ ଠକଙ୍କ ଶିକାର ହେଉଛନ୍ତି। ହ୍ୟାକର କମ୍ପାନୀର ନକଲୀ ୱେବ୍‌ ସାଇଟ୍‌ ଖୋଲି ଏଥିରେ ନିଜର ନମ୍ବର ଓ ଇ-ମେଲ ଆଇଡି ଦେଉଛନ୍ତି। ଏହାର ଅନୁସରଣ କରିଆମେ ଠକାମୀରେ ପଡୁଛେ। ସେମାନେ ଯେଉଁ ସବୁ ତଥ୍ୟ ମାଗୁଛନ୍ତି ଆମେ ଦେଇ ଦେବା ପରେ ସେମାନେ ଆମ ଆକାଉଣ୍ଟରେ ହାତ ମାରୁଛନ୍ତି। ଯଦି ଆଣଙ୍କୁ କଷ୍ଟମର କେୟାର ନମ୍ବର ଦରକାର ତେବେ ଗୁଗଲ ବଦଳେ କମ୍ପାନୀର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ସର୍ଚ୍ଚ କରନ୍ତୁ।
ଡାକ୍ତର ନୁହନ୍ତି ଗୁଗଲ
ଏବେ ଦେଖା ଯାଉଛି ଲୋକେ ଗୁଗଲଙ୍କୁ ତାଙ୍କର ଡାକ୍ତର ଭାବି ବସିଲେଣି। କୌଣସି ପ୍ରକାର ଶାରୀରିକ ସମସ୍ୟା ଉପୁଜିଲେ ଲୋକେ ଲକ୍ଷଣ ଲେଖି ଔଷଧ ସମ୍ପର୍କରେ ସର୍ଚ୍ଚ କରୁଛନ୍ତି। ତେବେ ଏପରି ଭୁଲରେ ବି କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ଜୀବନ ବିପଦରେ ବି ପଡିଯାଇପାରେ। ରୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଭୁଲ ନୁହେଁ, ହେଲେ ଗୁଗଲରେ କୌଣସି ୱେବ୍‌ ସାଇଟ୍‌ ଦ୍ୱାରା ଚିକିତ୍ସା ଓ ପରାମର୍ଶ ଅନୁସାରେ ଔଷଧ ଗ୍ରହଣ କରିବା ସବୁବେଳେ ଉପଯୁକ୍ତ ହୋଇ ନ ପାରେ।

Show More

Related Articles

Back to top button