ଜୀବନଚର୍ଯ୍ୟା

ଶନିବାରଦିନ ଦିନ ଏହି କାର୍ଯ୍ୟକୁ କରିବା ଦ୍ୱାରା ଜୀବନରେ ମିଳିଥାଏ ସଫଳତା

ଭଗବାନ ସବୁବେଳେ ନିଜର ଭକ୍ତର ଭାବନାକୁ ବୁଝି ଫଳ ଦେଇଥାନ୍ତି l ଈଶ୍ୱର ଆମକୁ ମହତ କାର୍ଯ୍ୟ ପାଇଁ ମନୁଷ୍ୟ ଜନ୍ମ ଦେଇଛନ୍ତି l ଆମେ କଦାପି ଈଶ୍ୱରଙ୍କୁ ଅସନ୍ତୁଷ୍ଟ କରିବା ଉଚିତ ନୁହେଁ ,ତାଙ୍କର ଆସିବାଦ ଲାଭ ପାଇଁ ମହତ କାର୍ଯ୍ୟ କରିବା ଆବଶ୍ୟକ

ସପ୍ତାହର ସମସ୍ତ ବାର ଭଳି ଶନିବାରର ମଧ୍ୟ ବିଶେଷ ମହତ୍ୱ ରହିଛି l ଶାସ୍ତ୍ର ଅନୁସାରେ ସଂକଟମୋଚନଙ୍କ ଦିନ ଭାବରେ ଶନିବାର ଦିନଟି ମହତ୍ୱ ଦିଆଯାଇଥାଏ l

ଶନିବାର ଦିନ ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ଆମେ ପ୍ରଭୁ ହନୁମାନଙ୍କ ଆରାଧନା କରିଥାଉ l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଦିନ ହନୁମାନଙ୍କ ସହତ ମାତା ଲକ୍ଷ୍ମୀଙ୍କୁ ମଧ୍ୟ ଆପଣ ପୂଜା କରିପାରିବେ l ଶାସ୍ତ୍ର ଅନୁସାରେ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ସେଭଳି କୌଣସି ନିର୍ଦ୍ଧିଷ୍ଟ ବାର କିମ୍ବା ଦିନ ନାହିଁ l ତାଙ୍କର ଆରାଧନା ଆପଣ ଯେଉଁଦିନ ଚାହିଁବେ କରିପାରିବେ l

* କିନ୍ତୁ ଶାସ୍ତ୍ରର ମତ ଅନୁସାରେ ବିନା ପରିଶ୍ରମରେ କୌଣସି ଫଳ ପ୍ରାପ୍ତି ହୋଇ ନଥାଏ l ପରିଶ୍ରମ ବିନା ମନୁଷ୍ୟ ଜୀବନ ମୂଲ୍ୟହୀନ ଅଟେ l ଯଦି ଆପଣ ପରିଶ୍ରମ ମୁତାବକ ଫଳ ଲାଭ କରୁ ନାହାନ୍ତି ତେବେ ଶନି ବାର ଦିନ ମାତା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ତୁଳସୀ ଗଛ ନିକଟରେ ଦୁଗ୍ଧ ଓ ଗୁଡ଼ ପ୍ରସାଦ ଭାବରେ ଅର୍ପଣ କରନ୍ତୁ l ଏହାଦ୍ୱାରା ଆପଣଙ୍କ ପଡି ରହିଥିବା ଧନ ଆପଣ ଫେରି ପାଇବେ l

* ଯେଉଁ ବ୍ୟକ୍ତି ଜୀବନରେ ଅଧିକ ପରିଶ୍ରମ କରିଥl ଏ ଓ ନିଜର ସମସ୍ତ କାର୍ଯ୍ୟକୁ ଦାୟିତ୍ୱ ପୁର୍ଣ ଭାବରେ କରିଥାଏ ସେଭଳି ବ୍ୟକ୍ତି ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l ଲକ୍ଷ୍ମୀଙ୍କୁ ପରିଶ୍ରମୀ ଲୋକମାନେ ଅଧିକ ପସନ୍ଦ ଅଟନ୍ତି l ଶନିବାର ଦିନ ଲକ୍ଷ୍ମୀଙ୍କ ନିକଟରେ ଗୋଟିଏ ନଡ଼ିଆରେ ହଳଦିଆ କପଡା ଗୁଡ଼ାଇ ପାଦତଳେ ରଖି ଦିଅନ୍ତୁ l ସଂଧ୍ୟାବେଳକୁ ଏହି ନଡ଼ିଆକୁ ଲକ୍ଷ୍ମୀଙ୍କ ନିକଟରେ ପ୍ରସାଦ ଭାବରେ ସମର୍ପଣ କରନ୍ତୁ l

* ଅନ୍ୟମାନଙ୍କୁ ସାହାଯ୍ୟ କଲେ ମା ଲକ୍ଷ୍ମୀ ନିଜର ଆଶୀର୍ବାଦ ପ୍ରଦାନ କରିଥାନ୍ତି ଓ ସର୍ବଦା ଆପଣଙ୍କର କଲ୍ୟାଣ ମଧ୍ୟ କରିଥାନ୍ତି ଅନ୍ୟକୁ ସାହାଯ୍ୟ କରିବା ମଣିଷର ଗୋଟିଏ ଭଲ କର୍ମ ଭାବରେ ଗଣନା କରାଯାଏ l ତେଣୁ ଶନିବାର ଦିନ ନିଜର ମନକୁ ଶାନ୍ତ ରଖିବା ପାଇଁ ମା ଲକ୍ଷ୍ମୀଙ୍କ ନିକଟରେ ଘିଅ ଦୀପ ଦେଇ ମିଠା ଜିନିଷ ପ୍ରସାଦ ଭବରେ ଅର୍ପଣ କରିବା ଦ୍ୱାରା ଘରର ସମସ୍ତ ଅସୁବିଧା ଦୂର ହୋଇଥାଏ ଓ ମନକୁ ଶାନ୍ତି ମିଳିଥାଏ l

* ଶାସ୍ତ୍ରରେ ବର୍ଣ୍ଣନା ରହିଛି ସତ୍ୟର ମାର୍ଗ ଆପଣାଇବା ଦ୍ୱାରା ମନୁଷ୍ୟ ଭୁଲ କାର୍ଯ୍ୟଠାରୁ ଦୁରେଇ ରହିଥାଏ l ଧନର ପ୍ରାପ୍ତି ପାଇଁ ଯେଉଁବ୍ୟକ୍ତି ଅନୈତିକ କାର୍ଯ୍ୟ କରେ ନାହିଁ ତା ଉପରେ ଭଗବାନ ସନ୍ତୁଷ୍ଟ ହୋଇ ଥାନ୍ତି l ବ୍ୟକ୍ତି ବହୁକଲ୍ରେ କାମ କରିବା ଦ୍ୱାରା ନିଜ ଭିତରେ ଯନ୍ତ୍ରଣା ଅନୁଭବ କରିଥାଏ l ତେଣୁ ଶନିବାର ଦିନ କିଛି ଦୁଖୀ ଲୋକଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ଯାହା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ l

Show More

Related Articles

Back to top button