ଜୀବନଚର୍ଯ୍ୟା

ଆପଣ ନିଦ୍ରା ହୀନତାର ଶିକାର ହେଉଛନ୍ତି କି : ନିଜ ଦୈନଦିନ ଖାଦ୍ୟରେ ଏହି ଜିନିଷକୁ ସାମିଲ କରନ୍ତୁ

ଆଜିକାଲିର ଚିନ୍ତା ବହୁଳ ଜୀବନରେ କେହିବି ମନୁଷ୍ୟ ଅଧିକ ସମୟ ଧରି ସୋଇପାରୁ ନାହାନ୍ତି l ନିଦ ଶାରୀରିକ ସହିତ ମାନସିକ ସ୍ତରରେ ମଧ୍ୟ ପ୍ରଭାବ ପକାଉଛି l ଭଲରେ ନିଦ ନହେବା ଅନେକ ଗୁଡିଏ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ

ଆମର ଇମ୍ୟୁନ ସିଷ୍ଟମକୁ ପ୍ରଭାବିତ କରିବା ସହିତ ରକ୍ତ ଚାପର ଶିକାର କରାଇଥାଏ l ତା ସହ ମଧୁମେହର ଶିକାର ମଧ୍ୟ କରାଇଥାଏ l କିନ୍ତୁ ଗୋଟିଏ ଭଲ ନିଦ୍ରା ପାଇଁ ପୁଷ୍ଟିକର ଖାଦ୍ୟର ମଧ୍ୟ ଆବଶ୍ୟକତା ରହିଛି l

ଆମେ ଭଲ ନିଦ୍ରା ପାଇଁ ଆମ ଖାଦ୍ୟରେ କିଛିଟା ଜିନିଷ କୁ ସାମିଲ କରିବା l ଯାହାଦ୍ୱାରା ଆମକୁ ଭଲ ନିଦ ହେବା ସହିତ ଶରୀରକୁ ଆରାମ ମଧ୍ୟ ମିଳିବ l ଭଲ ନିଦରେ ଶୋଇବା ପାଇଁ ଔଷଧ ପରିବର୍ତ୍ତେ ଭଲ ଖାଦ୍ୟର ଆବଶ୍ୟକତା ରହିଛି l କାରଣ ସୁଷମ ଖାଦ୍ୟ ହେଉଛି ଅନେକ ଗୁଡିଏ ରୋଗକୁ ଶରୀର ଠାରୁ ଦୁରେଇ ରଖି ପାରିବ l

* କଦଳୀ ଗୋଟିଏ ଏଭଳି ଖାଦ୍ୟ ଯାହା ସହଜରେ ଉପଲବ୍ଧ ହୋଇଥାଏ l ଏହା ମ୍ୟାଗନେସିୟମ ଓ ପୋଟାସିୟମରେ ଭରପୁର ହୋଇଥିବା କାରଣରୁ ଭଲରେ ନିଦ ହୋଇଥାଏ l ଭଲ ନିଦ ହେବାପାଇଁ ପ୍ରତେକଦିନ ଗୋଟିଏ କଦଳୀ ଖାଇବା ଆବଶ୍ୟକ l

* ଆଲମଣ୍ଡ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଅଟେ l ଏହା ଆପଣଙ୍କ ହୃତପିଣ୍ଡକୁ ସୁସ୍ଥ ରଖିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ l ଆଲମଣ୍ଡ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ ବୋଲି ଗବେଷକ ମାନେ ମତ ଦେଇଛନ୍ତି l କାରଣ ପାଣିରେ ଭିଜା ହୋଇଥିବା ଆଲମଣ୍ଡ ମଣିଷକୁ ଚିନ୍ତାମୁକ୍ତ କରିଥାଏ l

* କଖାରୁ ମଞ୍ଜିରେ ଫାଇବର ,ଆଇରନ ,ପ୍ରୋଟିନ ,ମାଗ୍ନେଶୀୟମ ଓ ଅନ୍ୟ ଆବଶ୍ୟକ ପୋଷାକ ତତ୍ୱ ରହିଛି l ତା ସହିତ ଆଣ୍ଟି ଆକ୍ସିଡେଣ୍ଟରେ ମଧ୍ୟ ଭରପୁର ଅଟେ l ଯଦି ଆପଣ ଭଲ ନିଦ ଚାହୁଁଛନ୍ତି ତେବେ କଖାରୁ ମଞ୍ଜିକୁ ସନ୍ଧ୍ୟା ସମୟରେ ନିଜ ଖାଦ୍ୟରେ ସାମିଲ କରନ୍ତୁ ଓ ସୁଖ ନିଦ୍ରାରେ ଶୁଅନ୍ତୁ l

Show More

Related Articles

Back to top button