ସ୍ୱାସ୍ଥ୍ୟ

ପାଚିଲା ଅମୃତଭଣ୍ଡା ଖାଇବାଦ୍ୱାରା ଏସିଡ଼ିଟି ସମସ୍ୟା ହୋଇନଥାଏ

ଆସନ୍ତୁ ଜାଣିବା କିପରି-

ପୋଷକ ତତ୍ୱରେ ଭରପୁର ଅମୃତ ଭଣ୍ଡା ଆମ ସ୍ୱାସ୍ଥ୍ୟପାଇଁ ଅତ୍ୟନ୍ତ ହିତକର l ଅମୃତ ଭଣ୍ଡାରେ ଅନେକ ଔଷଧୀୟ ଗୁଣ ରହିଛି l କିନ୍ତୁ ପାଚିଲା ଅମୃତ ଭଣ୍ଡାର ଗୋଟିଏ ସ୍ୱତନ୍ତ୍ର ସ୍ଥାନ ରହିଛି l ଅମୃତ ଭଣ୍ଡାରେ ଭିଟାମିନ-ଏ ଓ ସି ସହିତ ନିୟାସିନ, କ୍ୟାଲସିୟମ ,ମ୍ୟାଗନେସିୟମ ,ପୋଟାସିୟମ ,କପର ଇତ୍ୟାଦି ପ୍ରଚୁର ପରିମାଣରେ ରହିଥାଏ l ଆୟୁର୍ବେଦ ଡାକ୍ତର ମାନେ ଏସିଡ଼ିଟି ଓ ଗ୍ୟାସପାଇଁ ପାଚିଲା ଅମୃତ ଭଣ୍ଡା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି l ଅଧିକାଂଶ ଡାକ୍ତର କଞ୍ଚା ଅମୃତ ଭଣ୍ଡା ଖାଇବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି l ଅଧିକାଂଶ ଲୋକଙ୍କୁ ଅମୃତ ଭଣ୍ଡା ଖାଇବାକୁ ଭଲ ଲାଗିନଥାଏ ,କିନ୍ତୁ ଅମୃତ ଭଣ୍ଡା ଶରୀର ପାଇଁ ଏକ ରାମବାଣ ସଦୃଶ୍ୟ l ଭାରତର ପ୍ରାୟ ଅଧିକାଂଶ ସମୟରେ ଅମୃତ ଭଣ୍ଡା ଚାଷ ହୋଇଥାଏ l

* କୋଲେଷ୍ଟ୍ରଲ କମ କରେ -ଅମୃତ ଭଣ୍ଡାରେ ଉଚ୍ଚ ମାତ୍ରାରେ ଫାଇବର ମହଜୂତ ଥାଏ ,ତା ସହିତ ଏହା ଏକ ଭିଟାମିନ-ସି ଓ ଆଣ୍ଟିଆକ୍ସିଡେଣ୍ଟର ଗନ୍ତl ଘର ଅଟେ l ପାଚିଲା ଅମୃତ ଭଣ୍ଡା ସହିତ କଞ୍ଚା ଅମୃତ ଭଣ୍ଡା ମଧ୍ୟ ଶରୀର ପାଇଁ ହିତକର l ଯଦି ଆପଣ ପ୍ରତେକ ଦିନ ୨୦୦ ରୁ ୨୫୦ ଗ୍ରାମ ପାଚିଲା ଅମୃତ ଭଣ୍ଡା ନିଜ ଖାଦ୍ୟରେ ସାମିଲ କରିବେ ତେବେ ଏହା କୋଲେଷ୍ଟ୍ରଲରୁ ଦୁରେଇ ରଖିବ ସେହିପରି ଭାବରେ କଞ୍ଚା ଅମୃତ ଭଣ୍ଡାକୁ ତରକାରୀ କରି ନିଜ ଖାଦ୍ୟରେ ସାମିଲ କରନ୍ତୁ l

* ରୋଗ ପ୍ରତିରୋଧକ କ୍ଷମତା ବଢାଏ -ଅମୃତ ଭଣ୍ଡାରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଚୁର ପରିମାଣରେ ରହିଛି l ଯାହା ଆମକୁ ଅଧିକାଂଶ ରୋଗରୁ ଦୁରେଇ ରଖିଥାଏ l ଅମୃତ ଭଣ୍ଡାକୁ ପ୍ରତିଦିନ ସକାଳର ଜଳଖିଆ ଖାଇ ସାରିବା ପରେ ନିଜ ଖାଦ୍ୟରେ ସାମିଲ କରନ୍ତୁ l କାରଣ ଅମୃତ ଭଣ୍ଡାରେ ଭିଟାମିନ-ସି ରହିଥିବା ହେତୁ ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ l

* ଗ୍ୟାସ ଏସିଡ଼ିଟିରୁ ରକ୍ଷାକରେ -ଆଜିକାଲି ଅନିୟମିତ ଭାବରେ ଖାଦ୍ୟ ପ୍ରଣାଳୀ ସବୁ ସମୟରେ ବିଭିନ୍ନ ପ୍ରକାର ପେଟ ରୋଗରେ ଆକ୍ରାନ୍ତ କରୁଛି l ତା ସହିତ ମାନସିକ ଦୁଶ୍ଚିନ୍ତା ମଧ୍ୟ ଗ୍ୟାସ ଏସିଡ଼ିଟିର ଗୋଟିଏ କାରଣ l ତେଣୁ କିଛି ଆହାର ମାଧ୍ୟମରେ ଏହି ସବୁ ରୋଗରୁ ନିଜକୁ ଦୁରେଇ ରଖି ପାରିବl l ନିୟମିତ ଭାବରେ ପାଚିଲା କିମ୍ବା କଞ୍ଚା ଅମୃତ ଭଣ୍ଡା ଖାଇବା ଦ୍ୱାରା ଡାଇଜେସନ ସିଷ୍ଟମ ସହିତ ଅନ୍ୟ ପେଟରୋଗ ମଧ୍ୟ ଦୂର ହେବ l ଅମୃତ ଭଣ୍ଡାରେ କେତେ ଗୁଡିଏ ଏଞ୍ଜାଇମ ସହିତ ଡାଇଟ୍ରି ଫାଇବର ପ୍ରଚୁର ପରିମାଣରେ ରହିଥାଏ ,ଯାହା ଦ୍ୱାରା ଗ୍ୟାସ ଏସିଡ଼ିଟି ସହିତ ଅନ୍ୟ ସମସ୍ତ ପେଟ ରୋଗ ଠିକ ହୋଇଯାଏ l

* ଓଜନ କମାଇବାରେ ସାହାଯ୍ୟ କରେ ଅମୃତ ଭଣ୍ଡା -ଆଜିକାଲି ମେଦ ବହୁଳତା ଗୋଟିଏ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି l ତେଣୁ ଅଧିକାଂଶ ଲୋକ ଏହାକୁ କମାଇବା ପାଇଁ ବିଭିନ୍ନ ପ୍ରକାର ରାସ୍ତା ଆପଣାଉଛନ୍ତି l ଆମ ଶରୀରର ଓଜନକୁ ସନ୍ତୁଳିତ ରଖିବା ପାଇଁ ଆମକୁ ବ୍ୟୟାମ ସହିତ ପୋଷାକ ତତ୍ୱ ଯୁକ୍ତ ସନ୍ତୁଳିତ ଏହାର ମଧ୍ୟ ଆବଶ୍ୟକ l ସେଥିରେ ବିଭିନ୍ନ ପ୍ରକାର ଶଷ୍ୟଜାତିୟ ଖାଦ୍ୟ ସହିତ ଫଳ ପନିପରିବା ମଧ୍ୟ ସାମିଲ କରିବା ଉଚିତ l ସେଥିମଧ୍ୟରୁ ଗୋଟିଏ ହେଲା ପାଚିଲାଅମୃତ ଭଣ୍ଡା l ଅମୃତ ଭଣ୍ଡାରେ ମହଜୂତ ଥିବା ଫାଇବର ଓଜନ କମାଇବାରେ ସାହାଯ୍ୟ କରିଥାଏ l

* ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ -ଆଖି ମଣିଷର ଗୋଟିଏ ଅମୁଳୁଅ ସମ୍ପଦ l ଆଜିକାଲି ଆଖିର ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି ,ଏହି ସବୁ ରୋଗକୁ ଦୂରେଇବା ପାଇଁ ଆମର ଖାଦ୍ୟ ପ୍ରଣାଳୀ ମଧ୍ୟ ଠିକ ରହିବl ଉଚିତ l ଅମୃତ ଭଣ୍ଡାରେ ଭିଟାମିନ-ଏ ପ୍ରଚୁର ପରିମାଣରେ ରହିଥାଏ ,ଯାହା ଆଖିର ଦୃଷ୍ଟିଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ l ତେଣୁ ଅମୃତ ଭଣ୍ଡା କଞ୍ଚା ହେଉକି ପାଚିଲା ହେଉ ସୁସ୍ଥ ଦୃଷ୍ଟିଶକ୍ତି ପାଇଁ ନିଜ ଖାଦ୍ୟରେ ପ୍ରତେକ ଦିନ ନିଜ ଖାଦ୍ୟରେ ସାମିଲ କରିବା ଉଚିତ l

Show More

Related Articles

Back to top button