ଦେଶ ବିଦେଶବାଣିଜ୍ୟ

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:ରନ୍ଧନ ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ହ୍ରାସ ପାଇପାରେ

କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଉତ୍ପାଦନ ବୃଦ୍ଧି ପାଇଁ ରୁଷିଆ , କତାର ଏବଂ କୁଏତ ଭଳି ତୈଳ ଉତ୍ପାଦନକାରୀ ଦେଶ ଉପରେ ଭାରତ ଚାପ ସୃଷ୍ଟି କରୁଛି ତେଣୁ ବ୍ୟାରେଲ ପିଛା ମୂଲ୍ୟ ହ୍ରାସ ପାଇବ, ତେଣୁ ଖୁଚୁରା ଇନ୍ଧନ ମୂଲ୍ୟ ମଧ୍ୟ ହ୍ରାସ ପାଇବାର ଆସା ରହିଛି

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କହିଛି ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଗତ ବର୍ଷ ଏପ୍ରିଲରେ କୋଭିଡ -୧୯ ମହାମାରୀ ହେତୁ ଚାହିଦା ହ୍ରାସ ପାଇଥିବାରୁ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଥିଲେ । “ଅଧିକ ଲାଭ କରିବାକୁ ଏହି ଦେଶଗୁଡ଼ିକ କମ୍ ଇନ୍ଧନ ଉତ୍ପାଦନ କରୁଛନ୍ତି। କମ୍ ଇନ୍ଧନ ଉତ୍ପାଦନ ହେଉଥିବାବେଳେ ଇନ୍ଧନର ଚାହିଦା ପୂର୍ବ-କୋଭିଡ୍ ପରିସ୍ଥିତି ପରି ସ୍ଥିତିରେ ପହଞ୍ଚିଛି | ତେଣୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି ବୋଲି ଶନିବାର ବାରାଣାସୀରେ କଥାବାର୍ତ୍ତା ବେଳେ ସେ କହିଛନ୍ତି।ପ୍ରଧାନ କହିଛନ୍ତି ଯେ ସେ ପ୍ରମୁଖ ତୈଳ ଉତ୍ପାଦନକାରୀ ଦେଶର ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କ ସହ କଥା ହୋଇଛନ୍ତି ଏବଂ ଇନ୍ଧନ ଉତ୍ପାଦନ ବୃଦ୍ଧି କରି ତୈଳ ଡର ହ୍ରାସ କରିବା ସଂକ୍ରାନ୍ତରେ କଥା ହୋଇଛନ୍ତି lମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଡିଜେଲ, ପେଟ୍ରୋଲ ଏବଂ ଗ୍ୟାସର ମୂଲ୍ୟ କେବେ ହ୍ରାସ ପାଇବ ତାହା ନିଶ୍ଚିତ ଭାବରେ କେହି ପୂର୍ବାନୁମାନ କରିପାରିବେ ନାହିଁ , “କିନ୍ତୁ ରନ୍ଧନ ଗ୍ୟାସ, ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ହ୍ରାସ ପାଇପାରେ।ନିକଟ ଅତୀତରେ ଇନ୍ଧନ ମୂଲ୍ୟ ବହୁତ ବଢିଯାଇଛି l

ଏହି ପରିପ୍ରେକ୍ଷୀରେ ଭାରତୀୟ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ଶନିବାର ଦିନ ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ବିରୋଧରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ବାସଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ସରକାର ଏହି ବୃଦ୍ଧିକୁ ଫେରାଇନେବାକୁ ଦାବି କରିଛନ୍ତି। ଯେତେବେଳେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୫ ଟଙ୍କା ବୃଦ୍ଧି ହେଲା ସେତେବେ ବିରୋଧୀ ଦଳ ରାଜ ରାସ୍ତାକୁ ଓଲ୍ଲାଇ ପ୍ରତିବାଦ ଜଣାଇଲେ l ଆଜି ମନ୍ତ୍ରୀ ସ୍ମୃତି ଇରାନୀ ସମ୍ପୂର୍ଣ୍ଣ ନିରବ ଅଛନ୍ତି ବୋଲି ଭାରତୀୟ ଯୁବ କଂଗ୍ରେସ କହିଛି। (IYC) ସଭାପତି ଶ୍ରୀନିବାସ ବି ଭି କହିଛନ୍ତି ଆଜି ଯୁବ କଂଗ୍ରେସ ତାଙ୍କୁ ନିଦରୁ ଜାଗ୍ରତ କରିବାକୁ ଚେଷ୍ଟା କରିଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଅତିକ୍ରମ କରିଛି, ଦେଶର ଅନେକ ସ୍ଥାନରେ ଡିଜେଲ ୯୦ ଟଙ୍କା ଅତିକ୍ରମ କରିଛି ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ ଅତିକ୍ରମ କରିଛି, ଦେଶର ଅନେକ ସ୍ଥାନରେ ଡିଜେଲ ୯୦ ଟଙ୍କା ଅତିକ୍ରମ କରିଛି ଏବଂ ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି।

Show More

Related Articles

Back to top button