Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟ ବିଜେପି ପକ୍ଷରୁ ଆଜି ୩ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାରେ ଚକାଜାମ୍ ଡକରା

ଆଜି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆଜି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି ।

ଆଜି ପଶ୍ଚିମ ଓଡିଶାରେ ୩ ଘଂଟିଆ ଚକାଜାମ୍ କରିବ ବିଜେପି । ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇକୁ ଆଉପାଦେ ଆଗେଇ ନେବ ରାଜ୍ୟ ବିଜେପି । ଏଥିପାଇଁ ଆଜି ପଶ୍ଚିମ ଓଡିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଂଟା ଚକାଜାମ ଆନ୍ଦୋଳନ କରିବ ବୋଲି ଦଳ ଘୋଷଣା କରିଛି । ଏନେଇ ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୂର୍ବତନ ବିଧାୟକ ରବି ନାୟକ ।

ପୂର୍ବରୁ ବିଜେପି ପକ୍ଷରୁ ଗତ ଜାନୁଆରୀ ୨୧ ତାରିଖରେ ଆରଡିସିଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବାବେଳେ ୨୨ ତାରିଖରେ ଆଲୋଚନା କରାଯାଇଥିଲା । ମଣ୍ଡିରୁ ଚାଷୀଙ୍କ ସମସ୍ତ ଧାନା ଉଠାଇ ନେବାପାଇଁ ଫେବ୍ରୁଆରୀ ୭ ଚତାରିଖ ଯାଏଁ ମହଲତ ଦିଆଯାଇଥିଲା । ଏହା ଭିତରେ ମିଲର୍ସଙ୍କ ଟାର୍ଗେଟ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି । ହେଲେ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ କାଲି ଦିନ ୧୦ଟାରୁ ଗୋଟାଏ ଯାଏଁ ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲା ଏବଂ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡିକରେ ଚକାଜାମ୍ କରିବାକୁ ଘୋଷଣା କରିଛି ବିଜେପି ।

Show More

Related Articles

Back to top button