Breaking PLUSଦେଶ ବିଦେଶମୁଖ୍ୟ ଖବର

ରାମମନ୍ଦିର ନିର୍ମାଣ ଲାଗି ଅକୁଣ୍ଠଚିତ୍ତରେ ଦାନ କରୁଛନ୍ତି ଶ୍ରଦ୍ଧାଳୁ, ବର୍ତ୍ତମାନସୁଦ୍ଧା ମିଳିଲାଣି ୧୫୧୧ କୋଟି ଟଙ୍କା

ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିର ଲାଗି ଚାନ୍ଦା ସଂଗ୍ରହ ପାଇଁ ଗତମାସ ଆରମ୍ଭ ହୋଇଥିବା ଅଭିଯାନ ଏବେବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୧୫୦୦ କୋଟି ଟଙ୍କାରୁ ଅଧିକ ରାଶି ଏକାଠି ହୋଇସାରିଛି । ଗତମାସ ମକର ସଂକ୍ରାନ୍ତି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଦ୍ୱାରା ୩୦ ଦିନରୁ କମ ସମୟ ମଧ୍ୟରେ ଏତେ ପରିମାଣରେ ରାଶି ଏକାଠି ହୋଇଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, ଗୁରୁବାର (ଫେବ୍ରୁଆରୀ ୧୧) ସନ୍ଧ୍ୟାରେ ଉପଲବ୍ଧ ହୋଇଥିବା ତଥ୍ୟ ଅନୁସାରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ୧୫୧୧ କୋଟି ଟଙ୍କା ଏକାଠି ହୋଇଛି । ଅର୍ଥାତ ରାମ ମନ୍ଦିର ନିର୍ମାଣ ପାଇଁ ଶ୍ରଦ୍ଧାଳୁମାନେ ଦିନକୁ ହାରାହାରି ୫୬ କୋଟି ଟଙ୍କା ଦାନ କରିଛନ୍ତି । ଏହି ହିସାବରେ ରାମ ମନ୍ଦିରକୁ ଦାନ ଆସିଲେ ଆହୁରି ପ୍ରାୟ ୧୦୦୦ କୋଟି ଟଙ୍କା ମିଳିପାରିବ ବୋଲି ପୂର୍ବାନୁମାନ କରାଯାଉଛି ।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ସଚିବ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିର ନିର୍ମାଣ ଲାଗି ସମାଜର ବିଭିନ୍ନ ବର୍ଗର ଲୋକେ ଚାନ୍ଦା ଦେଉଛନ୍ତି । ବିଶ୍ୱ ହିନ୍ଦୁ ପରିଷଦର ପାଖାପାଖି ଦେଢ଼ ଲକ୍ଷ କର୍ମକର୍ତ୍ତା ରାମ ମନ୍ଦିର ଲାଗି ଘରକୁ ଘର ଯାଇ ଚାନ୍ଦା ଅସୁଲି କରୁଛନ୍ତି । ରାମ ମନ୍ଦିର ନ୍ୟାସ ଏହି କାମ ଲାଗି ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଂଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦାରେ ଶାଖା ଖୋଲିଛି ।

Show More

Related Articles

Back to top button