Breaking PLUSଓଡ଼ିଶାମୁଖ୍ୟ ଖବର

‘ଆଶୀର୍ବାଦ’ଯୋଜନାରେ ସାମିଲ୍‌ ହେବାକୁ ୮ ହଜାର ଆବେଦନ

ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛି ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛି । ରାଜ୍ୟ ସହରକାରଙ୍କ 'ଆଶୀର୍ବାଦ' ଯୋଜନାରେ ସାମିଲ ହେବାକୁ ଏତିକି ସଂଖ୍ୟାରେ ଆବେଦନ ମିଳିଛି । ଆବେଦନ କରିଥିବା ଏହି ୮ ହଜାର ୩୦୯ ଜଣଙ୍କ ମଧ୍ୟରୁ ୧୪୬୯ ଜଣ ଅଭିଭାବକଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ୬ ହଜାର ୮୪୦ ଜଣଙ୍କ ମୃତ୍ୟୁ ଅଣକୋଭିଡ ଜନିତ ବୋଲି ଦର୍ଶାଯାଇଛି । ଏତେସଂଖ୍ୟାରେ ଆବେଦନକୁ ନେଇ ଏବେ ପ୍ରଶାସନ ହରଡ଼ଘଣାରେ ।

ରାଜ୍ୟରେ ଗତ ବର୍ଷକ ଭିତରେ ୮ ହଜାର ୩୦୯ ଜଣ ଶିଶୁ ଅନାଥ ହୋଇଛନ୍ତି । କିଏ ଉଭୟ ବାପା ମାଆଙ୍କୁ ହରାଇଛି ଆଉ କିଏ କେବଳ ବାପା କିମ୍ବା ମାଆଙ୍କୁ ହରାଇଛି । ରାଜ୍ୟ ସହରକାରଙ୍କ ‘ଆଶୀର୍ବାଦ’ ଯୋଜନାରେ ସାମିଲ ହେବାକୁ ଏତିକି ସଂଖ୍ୟାରେ ଆବେଦନ ମିଳିଛି । ଆବେଦନ କରିଥିବା ଏହି ୮ ହଜାର ୩୦୯ ଜଣଙ୍କ ମଧ୍ୟରୁ ୧୪୬୯ ଜଣ ଅଭିଭାବକଙ୍କ ମୃତ୍ୟୁ କରୋନା କାରଣରୁ ହୋଇଛି । ୬ ହଜାର ୮୪୦ ଜଣଙ୍କ ମୃତ୍ୟୁ ଅଣକୋଭିଡ ଜନିତ ବୋଲି ଦର୍ଶାଯାଇଛି । ଏତେସଂଖ୍ୟାରେ ଆବେଦନକୁ ନେଇ ଏବେ ପ୍ରଶାସନ ହରଡ଼ଘଣାରେ ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନାଥ ହୋଇଥିବା ଶିଶୁଙ୍କ ପାଇଁ ଆଶୀର୍ବାଦ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ଅନାଥ ପିଲାମାନଙ୍କ ପାଠପଢ଼ା ସହ ଭରଣପୋଷଣ ଦାୟିତ୍ୱ ନେବେ ସରକାର । ଏଥିପାଇଁ ପ୍ରତି ମାସରେ ପିଲାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବେ ସରକାର । ବାପ-ମାଆ ଉଭୟଙ୍କୁ ହରାଇଥିବା ପିଲାଙ୍କୁ ମାସିକ ମିଳିବ ଅଢ଼େଇ ହଜାର । କେବଳ ବାପ କିମ୍ବା ମାଆ ଜଣଙ୍କୁ ହରାଇଥିଲେ ମାସକୁ ମିଳିବ ଦେଢ଼ ହଜାର ।ସରକାରୀ ନିଷ୍ପତ୍ତି ଅନୁସାରେ, ଗତ ୨୦୨୦ ଏପ୍ରିଲ ପହିଲା କିମ୍ବା ତା’ପରେ ବାପା,ମାଆ ହରାଇଥିବା ପିଲାଙ୍କୁ ଏହି ଯୋଜନାରେ ସାମିଲ କରାଯାଇ ସୁବିଧା ଯୋଗାଇ ଦିଆଯିବ ।

ଆଶୀର୍ବାଦ ଯୋଜନାରେ ଏହି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନେ ସେମାନଙ୍କ ପରିବାର ଓ ଆତ୍ମୀୟସ୍ୱଜନଙ୍କ ଗହଣରେ ହିଁ ରହିବେ । ସେମାନଙ୍କ ଦାୟିତ୍ୱ ନେଉଥିବା ଅଭିଭାବକମାନେ ଯେପରି ଠିକ୍‌ ଭାବରେ ଏ ପିଲାଙ୍କ ଯତ୍ନ ନେଇପାରିବେ ସେଥିପାଇଁ ସେମାନଙ୍କୁ ଉତ୍ସାହିତ କରାଯିବ । ପିଲାମାନଙ୍କ ଦାୟିତ୍ୱ ନେଇଥିବା ଆତ୍ମୀୟଙ୍କ ବ୍ୟାଙ୍କ ଖାତାରେ ପିଲାର ଭରଣପାଷଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ମାସିକ ଟଙ୍କା ପିଲାକୁ ୧୮ ବର୍ଷ ଯାଏ ଜମା କରାଯିବ ।

Show More

Related Articles

Back to top button