Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ସମାଜବାଦୀ ନେତା ଆଜମ୍‌ ଖାନ୍‌ , ତାଙ୍କ ପୁଅ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡାଦେଶ

ରାମପୁର- ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ୍‌ଙ୍କୁ ମିଛ ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର ଅଦାଲତ ୭ ବର୍ଷ ଜେଲଦଣ୍ଡାଦେଶ ନିର୍ଦେଶ ଦେଇଛନ୍ତି । ଏହା ସହ ଘଟଣାରେ ସମ୍ପୃକ୍ତି ଥିବା ତାଙ୍କର ପତ୍ନୀ ତଂଜୀନ ଫତିମା ଏବଂ ପୁଅ ଅବଦ୍ଦୁଲା ଆଜମଙ୍କୁ ମଧ୍ୟ ୭ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ହୋଇଛି ।

୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ଅବଦ୍ଦୁଲା ଆଜମ ରାମପୁର ଆସନରେ ପ୍ରାର୍ଥୀ ହୋଇଥିଲେ । ସେ ଏଠାରେ ନିର୍ବାଚନ ଜିତିଥିଲେ । ଏହାପରେ ତାଙ୍କ ନାମରେ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ପ୍ରାର୍ଥୀ ପତ୍ର ଦାଖଲ ସମୟରେ ସେ ମିଛ ଜନ୍ମ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କର ମାଟ୍ରିକ ସାର୍ଟିଫିକେଟ୍‌ରେ ଜନ୍ମ ତାରିଖ ଜାନୁଆରୀ ୧ ତାରିଖ ୧୯୯୩ ଦର୍ଶାଯାଇଥିବା ବେଳେ ନିର୍ବାଚନ ସମୟରେ ସେ ମିଛ ଜନ୍ମ ପ୍ରମାଣପତ୍ର ଦାଖଲ କରିଥିଲେ । ଏଥିରେ ତାଙ୍କର ଜନ୍ମତାରିଖ ୩୦ ସେପ୍ଟେମ୍ବର ୧୯୯୦ ଦର୍ଶାଯାଇଥିଲା । ଏହା ପ୍ରମାଣିତ ହେବା ପରେ ସେ ଜିତିଥିଲେ ମଧ୍ୟ ସେହି ନିର୍ବାଚନକୁ ରଦ୍ଦ କରାଯାଇଥିଲା ।

ଅଦାଲତରେ ତାଙ୍କର ଦୁଇଟି ଜନ୍ମ ପ୍ରମାଣପତ୍ର ସହ ଦୁଇଟି ଅଲଗା ଅଲଗା ସ୍ଥାନ ଦେଖାଯାଇଥିବା ପ୍ରାମିଣିତ ହୋଇଛି । ଗୋଟିଏ ଜନ୍ମପ୍ରମାଣପତ୍ର ରାମପୁର ନଗରପାଳିକା ୨୮ ଜୁନ୍‌ ୨୦୧୨ରେ ଜାରି କରିଥିବା ବେଳେ ଏଥିରେ ଜନ୍ମସ୍ଥାନ ରାମପୁର ଦର୍ଶାଯାଇଛି । ଅନ୍ୟଟି ଜାନୁଆରୀ ୨୦୧୫ରେ ଜାରି କରାଯାଇଥିଲା । ଏଥିରେ ତାଙ୍କର ଜନ୍ମତାରିଖ ଲକ୍ଷ୍ମୌରେ ଦର୍ଶାଯାଇଛି । ଏହା ପ୍ରମାଣିତ ହେବାପରେ ଆଜମ୍‌ ଖାନଙ୍କ ସହ ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ରାମପୁର ଅଦାଲତ ୭ ବର୍ଷ ଲେଖାଏଁ ଜେଲ୍‌ଦଣ୍ଡାଦେଶ ଶୁଣାଇଛନ୍ତି ।

Show More

Related Articles

Back to top button