Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗାଜା ହସ୍ପିଟାଲରେ ଶହଶହ ଲୋକଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କଲେ ପିଏମ ମୋଦି

ନୂଆଦିଲ୍ଲୀ- ଗାଜାର ଅଲଅହଲି ହସ୍ପିଟାଲରେ ବୋମା ବର୍ଷଣ ଯୋଗୁ ଲୋକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୀଡିତ ପରିବାରକୁ ମୋଦି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗାଜାର ଅଲଅହଲି ହସ୍ପିଟାଲ ଲୋକଙ୍କ ମୃତ୍ୟୁ ଦୁଃଖଦ ମୃତ୍ୟୁକୁ ନେଇ ଗଭୀର ଚକିତ । ପୀଡିତଙ୍କ ପରିବାର ପ୍ରତି ଆମର ହୃଦୟରୁ ସମବେଦନା ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଜାରି ରହିଥିବା ସଂଘର୍ଷରେ ସାଧାରଣ ଲୋକଙ୍କ ମୃତ୍ୟୁ ଏକ ଗମ୍ଭୀର ଓ ଚିନ୍ତାର ବିଷୟ । ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଦାୟୀ କରାଯିବା ଉଚିତ୍ ବୋଲି ପିଏମ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଗାଜାର ଅଲଅହଲୀ ଅରବ ହସ୍ପିଟାଲ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଶହଶହ ନିର୍ଦ୍ଦୋଷ ଲୋକଙ୍କ ପ୍ରାଣହାନୀ ହୋଇଛି ।

Show More

Related Articles

Back to top button