Breaking PLUSଦେଶମୁଖ୍ୟ ଖବର

ଶୁକ୍ରବାର ଦେଶର ପ୍ରଥମ ରାପିଡଏକ୍ସ ଟ୍ରେନର ଶୁଭାରମ୍ଭ କରିବେ ପିଏମ ମୋଦି

ଗାଜିଆବାଦ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗାଜିଆବାଦରେ ଶୁକ୍ରବାର ଦିନ ଦେଶର ପ୍ରଥମ ଆଞ୍ଚଳିକ ରେଳ ରାପିଡଏକ୍ସର ଉଦଘାଟନ କରିବେ । ପ୍ରଥମ ପର୍ଯ୍ୟାୟରେ ଏହି ସେବା 17 କିଲୋମିଟର ପର୍ଯ୍ୟନ୍ତ ଉପଲବ୍ଧ ହେବ, ଯେଉଁଥିରେ 5ଟି ଷ୍ଟେସନ ରହିବ । ଏହି 5ଟି ଷ୍ଟେସନ ହେଉଛି ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଓ ଦୁହାଇ-ଡିପୋ । ଏଠାରେ ପ୍ରତି 15 ମିନିଟରେ ସେବା ଉପଲବ୍ଧ ହେବ । ଏହି ଟ୍ରେନ ଘଣ୍ଟା ପ୍ରତି 160 କିଲୋମିଟର ବେଗରେ ଚାଲିବ । ଏହି ଟ୍ରେନରେ ଗୋଟିଏ ଡବା ମହିଳାଙ୍କ ପାଇଁ ସୁରକ୍ଷିତ ରହିବ । ଦୁଇଟି ପଟୁ ପ୍ରଥମ ରେଳଗାଡି ସକାଳ 6ଟାରେ ଚାଲିବ ଏବଂ ରାତି 11ଟାରେ ଉପଲବ୍ଧ ହେବ ଶେଷ ଟ୍ରେନ । ସାଧାରଣ ଲୋକଙ୍କ ପାଇଁ ଶନିବାର ଠାରୁ ଆରମ୍ଭ ହେବ ଏହି ଟ୍ରେନ ସେବା ।

Show More

Related Articles

Back to top button