Breaking PLUSଦେଶମୁଖ୍ୟ ଖବର

ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବିପଦ

ରାଞ୍ଚି- ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଟଳିଲା ବିପଦ । ରାଞ୍ଚିର ବିର୍ସାମୁଣ୍ଡା ଏୟାରପୋର୍ଟରେ ବୁଧବାର ସକାଳ ପ୍ରାୟ ସାଢେ 8ଟା ସମୟରେ ପାଇଲଟଙ୍କ ବୁଦ୍ଧି ଯୋଗୁ ବିପଦ ଟଳିଯାଇଛି । ଏୟାରପୋର୍ଟରୁ ଉଡାଣ ଭରିଥିବା ଇଣ୍ଡିଗୋ ବିମାନ ଇଞ୍ଜିନରେ ଅଚାନକ ତ୍ରୁଟି ଦେଖାଯାଇଥିଲା । ଏହାପରେ ପାଇଲଟ ବିମାନର ଉଡାଣକୁ ରୋକି ଦେଇଥିଲେ । ଏହାପରେ ଏୟାରପୋର୍ଟ ଅଥରିଟି ଓ ରିପ୍ୟାରିଂ ଟିମ୍ ପହଞ୍ଚି ଟେକ୍ନିକାଲ ସମସ୍ୟା ଥିବା ଦେଖିଥିଲେ । ସୂଚନା ପରେ ଇଞ୍ଜିନିୟରିଂ ଟିମ୍ ପହଞ୍ଚି ବିମାନର ଯାଞ୍ଚ କରିଥିଲେ ।
ସୂଚନା ମିଳିବା ମାତ୍ରେ ହିଁ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା । ଏବଂ ବିମାନର ମରାମତି କରାଯାଇଥିଲା । ଏହି ବିମାନଟି ରାଞ୍ଚିରୁ କୋଲକାତା ଉଡାଣ ଭରିଥାନ୍ତା । ବିମାନରେ ପ୍ରାୟ ଦେଢଶହ ଯାତ୍ରୀ ଥିଲେ । କିନ୍ତୁ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବିପଦ ଟଳିଛି ।

Show More

Related Articles

Back to top button