Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆସାମରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 7 ମୃତ

ତିନସୁକିୟା: ଆସାମର କାକପଥାରର ବରଦିରାକ ତିନିଆଲି ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଙ୍ଗଳବାର ରାତିରେ ଘଟିଥିବା ଏହି ଦୁର୍ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 5ଜଣ ଆହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ଆଜି ସୂଚନା ମିଳିଛି ।

ପୋଲିସ ସୂଚନା ମୁତାବକ ଟ୍ରକ ଓ ମ୍ୟାଜିକ ମଧ୍ୟରେ ଧକ୍କା ଯୋଗୁ ଦୁର୍ଘଟଣା ଘଟିଛି । ଫଳରେ ଘଟଣାସ୍ଥଳରେ ହିଁ 7ଜଣଙ୍କ ମୃତ୍ୟୁ ହୋଇଥିଲା । ଟ୍ରକ ଚାଳକ ଜଣକ ମଦ୍ୟପାନ କରି ଗାଡି ଚଳାଉଥିବା ଜଣାପଡିଛି । ତେବେ ମୃତାହତଙ୍କର କୌଣସି ପରିଚୟ ମିଳିପାରିନଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button