Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଦେଶରେ ଖୁବ୍ ଶୀଘ୍ର ଆରମ୍ଭ ହେବ 6G ଯୁଗ

ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି 6G ଯୁଗ । ଦେଶରେ 6G ସେବା ଆରମ୍ଭ ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଲାଲ୍‌ କିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଭାରତ 6G ଯୁଗରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି । ବର୍ତ୍ତମାନ 5G ଭାରତରେ ଚାଲୁ ରହିଥିବାବେଳେ 5Gରୁ 6Gକୁ ଏହା ଶୀଘ୍ର ପରିବର୍ତ୍ତନ କରାଯିବ । ଆଉ ଏ ଦିଗରେ କାର୍ଯ୍ୟ କରିବାକୁ ଏକ ଟାସ୍କଫୋର୍ସ ଗଠନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶରେ ସବୁଠାରୁ ଜିଓ ଭଲ ସେବା ଯୋଗାଉଛି । ତେଣୁ ଇଣ୍ଟରନେଟ୍‌ କ୍ଷେତ୍ରରେ ଭାରତ ଆହୁରି ଦ୍ରୁଢ଼ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 5G ଠାରୁ 6G ୧୦୦ଗୁଣ ଅଧିକ ସ୍ପିଡ୍‌ କରିବ ବୋଲି ଆଶା କରାଯାଉଛି । ତେଣୁ ଡାଟା ଡାଉନ୍‌ଡୋଲ୍‌ ମଧ୍ୟ ଖୁବ୍‌ଶୀଘ୍ର ହୋଇପାରିବ ।

Show More

Related Articles

Back to top button