Breaking PLUSଦେଶ ବିଦେଶମୁଖ୍ୟ ଖବର

ମସ୍କଙ୍କ ସହ ଲଢେଇରୁ ଓହରିଲେ ଜୁକରବର୍ଗ

ଲଢେଇକୁ ଗମ୍ଭୀରତାର ସହ ନେଉନାହାନ୍ତି ମସ୍କ

ବିଶ୍ବର ଏକ ନମ୍ବର ଧନୀ ତଥା ଟେସଲାର୍ ମୁଖ୍ୟ 52 ବର୍ଷୀୟ ଏଲନ୍ ମସ୍କଙ୍କ ସହ ହେବାକୁ ଥିବା ବହୁଚର୍ଚ୍ଚିତ କେଜ୍ ଫାଇଟରୁ ମେଟାର ମୁଖ୍ୟ 37 ବର୍ଷୀୟ ମାର୍କ ଜୁକରବର୍ଗ ଓହରିଯାଇଛନ୍ତି । ସେ କହିଛନ୍ତି ଯେ, ଲଢେଇ ପାଇଁ ମସ୍କ ପ୍ରତିବଦ୍ଧ ନାହାନ୍ତି । ସେ ଲଢେଇକୁ ଆଦୌ ଗମ୍ଭୀରତାର ସହ ନେଉନାହାନ୍ତି । ମୁଁ ତାଙ୍କୁ ଏକତାରିଖରେ ପ୍ରସ୍ତାବ ଦେଇଥିଲି ।ଲଢେଇରୁ ଯେଉଁ ଆୟ ହେବ ତାହାକୁ ଦାତବ୍ୟ କାର୍ଯ୍ୟ ପାଇଁ ଦାନ କରିବାକୁ ସ୍ତିର ହୋଇଥିଲା । ସେ କୌଣସି ତାରିଖ ଧାର୍ଯ୍ୟ କରିପାରୁନାହାନ୍ତି । ପରେ କହିଲେ ମୋର ଅସ୍ତ୍ରୋପଚାର ହେବ । ଏବେ କହୁଛନ୍ତି ଆମେ ଅଭ୍ୟାସ କରିବା । ଯଦି ମସ୍କ ଲଢେଇକୁ ଗମ୍ଭୀରତାର ସହ ନେବେ ତେବେ ଲଢେଇ ହେବ ।ଏବେ ଆଗକୁ ବଢିବାର ସମୟ ବୋଲି କହିଛନ୍ତି ଜୁକରବର୍ଗ । ଯେଉଁମାନେ ଲଢେଇକୁ ଧ୍ୟାନ ଦେଉଛନ୍ତି ସେମାନଙ୍କସହ ଲଢେଇ କରିବା ଠିକ୍ ହେବ ବୋଲି କହିଛନ୍ତି ଜୁକରବର୍ଗ । କେଜ ଫାଇଟ୍ ପାଇଁ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

Show More

Related Articles

Back to top button