Breaking PLUSଦେଶମୁଖ୍ୟ ଖବର

ଦେଶରେ କରୋନାର 605 ନୂଆ ମାମଲା, 4ମୃତ

ନୂଆଦିଲ୍ଲୀ, 10 ଡିସେମ୍ବର – ଦେଶରେ ପ୍ରତିଦିନ ନୂଆ କୋଭିଡ ରୋଗୀ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବୁଧବାର ଗତ 24ଘଣ୍ଟାରେ କରୋନାର 605 ନୂଆ ମାମଲା ସାମ୍ନାକୁ ଆସିଛି । ଏଥିରୁ 4ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ସେହିପରି 877ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ବୁଧବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ମୁତାବକ ଦେଶରେ କରୋନାର ଆକ୍ଟିଭ କେସ ସଂଖ୍ୟା 3,643ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ କରୋନାରେ ଅଧିକ ମାମଲା କେରଳ ଓ କର୍ଣ୍ଣାଟକରୁ ସାମ୍ନାକୁ ଆସିଛି । ଏହି ଦୁଇଟି ରାଜ୍ୟରେ ଗତ 24ଘଣ୍ଟାରେ ଦୁଇ ଦୁଇଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button