Breaking PLUSଓଡ଼ିଶାମୁଖ୍ୟ ଖବର

ହାଇଟେକ ବିସ୍ଫୋରଣ ଘଟଣାରେ ଆସିଲା ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ

ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ମିଶିଲା ରିପୋର୍ଟ

ଭୁବନେଶ୍ୱର, 10 ଡିସେମ୍ବର – ହାଇଟେକ ବିସ୍ଫୋରଣ ଘଟଣାରେ ତୃତୀୟ ବ୍ୟକ୍ତିଙ୍କ ଡିଏନଏ ରିପୋର୍ଟ ଆସିଛି । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ସହ ରିପୋର୍ଟ ମିଶିଥିବା ସୂଚନା ମିଳିଛି । ଦିଲ୍ଲୀପ ସାମନ୍ତରାୟଙ୍କ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଡିଏନଏ ମ୍ୟାଚ ପରେ ପୋଲିସ ଦିଲ୍ଲୀପଙ୍କ ପରିବାରଙ୍କୁ ମୃତଦେହ ହସ୍ତାନ୍ତର କରିବ ବୋଲି ଆଡିଶନାଲ ଡିସିପି ପ୍ରତିକ୍ରିୟା ରଖିଛନ୍ତି । ଅନ୍ୟପଟେ ଦିଲ୍ଲୀପଙ୍କ ମା ଅହଲ୍ୟା ପୁଅର ମୃତ୍ୟୁକୁ ନେଇ ହାଇଟେକ ହସ୍ପିଟାଲ ନାଁରେ କରିଥିବା ଅଭିଯୋଗକୁ 5 ଦିନ ହୋଇଥିଲେ ମଧ୍ୟ ମଞ୍ଚେଶ୍ୱର ପୁଲିସ ମାମଲା ରୁଜୁ କରିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମାମଲା ରୁଜୁ ନହେବା ଯାଏ ମୃତଦେହ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ପରିବାର ଲୋକେ ।

Show More

Related Articles

Back to top button