Breaking PLUSଦେଶମୁଖ୍ୟ ଖବର

ଜୌନପୁର ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 6ଜଣଙ୍କ ମୃତ୍ୟୁ

ଜୌନପୁର, 10 ମାର୍ଚ୍ଚ – ଜନପଦରେ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ ଗୋଟିଏ ପରିବାରର 6ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ 3ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବାରଣାସୀ ଟ୍ରମା ସେଂଟର ନିଆଯାଇଛି ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ,ସମସ୍ତେ ବିହାରର ସୀତାମଢିର ବାସିନ୍ଦା ଏବଂ ଏକ ବିବାହରେ ଯୋଗ ଦେଇ ଶନିବାର ରାତିରେ ପ୍ରୟାଗରାଜରୁ ବିହାର ଫେରୁଥିଲେ । ଗୌରା ବାଦଶାହପୁରର ପ୍ରସାଦ କଲେଜ ନିକଟରେ ସେମାନଙ୍କ କାର ପହଂଚିବା ମାତ୍ରେ ସାମ୍ନାକୁ ଆସୁଥିବା ଏକ ଟ୍ରକରେ ଧକ୍କା ହୋଇଥିଲା । ଦୁର୍ଘଟଣାରେ 6ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3ଜଣ ଆହତ ହୋଇଛନ୍ତି ।

Show More

Related Articles

Back to top button