Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 12ରେ ରାଜସ୍ଥାନରେ ଅନେକ ରେଳ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ପିଏମ ମୋଦି

ଭିସିରେ ଯୋଡି ହେବ 750ରୁ ଅଧିକ ସ୍ଥାନ
ଜୈସଲମେର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ରାଜସ୍ଥାନରେ 61 ବନ ଷ୍ଟେସନ-ବନ ପ୍ରୋଜେକ୍ଟ ଷ୍ଟଲ, 5 ଗତିଶକ୍ତି କାର୍ଗୋ ଟର୍ମିନାଲ, 19 ଗୁଡସ ସେଡ୍, 22 ଡେଡିକେଟେଡ ଫ୍ରେଟ କରିଡର ଷ୍ଟେସନ, 3 ଦୋହରିକରଣ ଓ ନୂଆ ରେଳପ୍ରକଳ୍ପ, 2 ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ କେନ୍ଦ୍ର, 214 ଇଲେକ୍ଟ୍ରୋନିକ ଇଂଟରଲକିଂ, 74 ସୋଲାର ଷ୍ଟେସନର ଉଦଘାଟନ ଓ ଶିଳାନ୍ୟାସ କରିବେ ।
ଉତ୍ତର-ପଶ୍ଚିମ ରେଲୱେର ମୁଖ୍ୟ ପିଆରଓ କ୍ୟାପଟେନ ଶଶି କିରଣଙ୍କ ଅନୁସାରେ ପ୍ରଥମ ଥର ଏକସଙ୍ଗରେ ପ୍ରାୟ 6ହଜାର ରେଳ ପ୍ରକଳ୍ପ, ରେଳ ବିକାଶ କାର୍ଯ୍ୟ ଓ ଯାତ୍ରୀ ସୁବିଧାର ଶିଳାନ୍ୟାସ ଓ ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ମୋଦି ଅହମଦାବାଦରୁ ଭିସି ଜରିଆରେ 750ରୁ ଅଧିକ ସ୍ଥାନରେ ଯୋଡି ହୋଇ 85ହଜାର କୋଟି ଟଙ୍କାର ଅଧିକ ରେଳ ପ୍ରକଳ୍ପ, ରେଳ ବିକାଶ କାର୍ଯ୍ୟ ଓ ଯାତ୍ରୀ ସବୁଧାର ଶିଳାନ୍ୟାସ ଓ ଶୁଭାରମ୍ଭ କରିବେ । ଏହାସହିତ 10ଟି ବନ୍ଦେ ଭାରତ ସହିତ ଅନ୍ୟ ରେଳ ସେବାର ଶୁଭାରମ୍ଭ କରିବେ ।

Show More

Related Articles

Back to top button