Breaking PLUSଓଡ଼ିଶାମୁଖ୍ୟ ଖବର

ନେପାଳରେ 5ଲକ୍ଷରୁ ଅଧିକ ୱେବସାଇଟ୍ ଉପରେ କଟକଣା

କାଠମାଣ୍ଡୁ, 3 ଡିସେମ୍ବର – ନେପାଳ ସରକାର ପାଞ୍ଚ ଳକ୍ଷରୁ ଅଧିକ ୱେବସାଇଟ୍ ଉପରେ କଟକଣା ଜାରି କରିଛନ୍ତି । ଏଥିରେ ଅଧିକାଂଶ ସରକାରୀ ବିଭାଗରେ ବିନା ପଞ୍ଜିକୃତ ଡେଟିଂ, ଅନଲାଇନ ଗେମିଂ, ଅନଲାଇନ ଜୁଆ ଓ ପର୍ନ ସାଇଟ୍ ରହିଛି । ଏହି ସାଇଟ ବନ୍ଦ ନେଇ ନେପାଳ ଦୂରସଞ୍ଚାର ପ୍ରାଧିକରଣ ସୂଚନା ଦେଇଛି ।
ନେପାଳ ଦୂରସଞ୍ଚାର ଅଧିକାରୀଙ୍କ ସୂଚନା ମୁତାବକ, ଦେଶର ଆଇନ ଓ ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ଚାଲୁଥିବା ୱେବସାଇଟକୁ ବନ୍ଦ କରିଦିଆଯାଇଛି । ଏଥିରେ ଅଧିକ ଅଶ୍ଲୀଳ ଭିଡିଓ ଦେଖାଉଥିବା ପର୍ନ ସାଇଟ୍ ରହିଛି । ଏହାର ସଂଖ୍ୟା 50ହଜାରରୁ ଅଧିକ । ସେ କହିଛନ୍ତି ଯେ ନେପାଳ ରାଷ୍ଟ୍ର ବ୍ୟାଙ୍କ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋର ସୁପାରିଶ କ୍ରମେ ଏକ ଲକ୍ଷରୁ ଅଧିକ ଅନଲାଇନ୍ ଜୁଆ ୱେବସାଇଟ୍ ବନ୍ଦ ରହିଛି । ଏହା ବ୍ୟତୀତ ନେପାଳ ଟେଲି ଯୋଗାଯୋଗ ପ୍ରାଧିକରଣ ନେପାଳ ପ୍ରେସ କାଉନସିଲର ସୁପାରିଶ କ୍ରମେ 100 ରୁ ଅଧିକ ନ୍ୟୁଜ ପୋର୍ଟାଲ ବନ୍ଦ କରିଦେଇଛି।

Show More

Related Articles

Back to top button