Breaking PLUSଓଡ଼ିଶାମୁଖ୍ୟ ଖବର

କୁଖ୍ୟାତ ଅପରାଧୀ ଲିପୁ ସାହୁକୁ ଏନକାଉଣ୍ଟର

ଭୁବନେଶ୍ୱର, 3 ଡିସେମ୍ବର – ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଲିପୁ ସାହୁ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପାଟ୍ରୋଲିଂ କରିବା ସମୟରେ ଅସୁରେଶ୍ୱର ଠାରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଅଂଚଳର ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଓରଫ ଲିପୁକୁ ଏନକାଉଣ୍ଟର କରିଛି । ଲିପୁ ତାର ସହଯୋଗୀଙ୍କ ସହ ମିଶି ଅପରାଧ କରିବାକୁ ଯୋଜନା ଚଳାଇଥିବା ବେଳେ ନିଶ୍ଚିନ୍ତ କୋଇଲି ଥାନା ଏସଆଇ ତପନ କୁମାର ଓ ଅନ୍ୟ ପୋଲିସ କର୍ମଚାରୀମାନେ ଚଢାଉ କରିଥିଲେ । ଏହି ସମୟରେ ଲିପୁ ପୋଲିସ ଉପରକୁ 2 ରାଉଣ୍ଡ ଗୁଳି ଚଳାଇଥିଲା । ଏହାପରେ ଏସଆଇ ତପନ ନାୟକ ଲିପୁ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳିଟି ଲିପୁର ବାମ ଗୋଡରେ ବାଜିଛି । ନିଶ୍ଚିନ୍ତ କୋଇଲି ଗୋଷ୍ଠୀ କେନ୍ଦ୍ରରେ ଲିପୁର ଚିକିତ୍ସା ପରେ ତାକୁ ଏସସିବି ସ୍ଥାନାନ୍ତର କରାଯାଇଛି । ଲିପୁ ନାଁରେ ବିଭିନ୍ନ ଥାନାରେ 54ଟି ସଙ୍ଗୀନ ମାମଲା ରହିଛି । ଲିପୁ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଗୁଳି, ମୋବାଇଲ ଫୋନ ଜବତ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା।

Show More

Related Articles

Back to top button