Breaking PLUSଦେଶମୁଖ୍ୟ ଖବର

ଦେଶରେ 24ଘଣ୍ଟାରେ 573 ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ, 2 ଜାନୁୟାରୀ – ଦେଶରେ କୋଭିଡ ମାମଲା ବଢିବାରେ ଲାଗିଛି । ଗତ 24ଘଣ୍ଟାରେ 573 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି 24ଘଣ୍ଟାରେ 2ଜଣଙ୍କ ମୃତ୍ୟୁ ହୋଇଛି । 4ଶହ ଜଣ ସୁସ୍ଥ ହୋଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ସୂଚନା ମୁତାବକ ଦେଶରେ କୋଭିଡ ଆକ୍ଟିଭ ମାମଲା ବୃଦ୍ଧି ପାଇ 4565ରେ ପହଞ୍ଚିଛି । ମନ୍ତ୍ରାଳୟ ଅନୁସାରେ କର୍ଣ୍ଣାଟକରୁ ସବୁଠୁ ଅଧିକ ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏଠାରେ 245 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କେରଳ ସ୍ଥିତିରେ ସୁଧାର ଆସିଛି । ହରିୟାଣା ଓ କର୍ଣ୍ଣାଟକରୁ ଜଣ ଜଣଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button