Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନିପା ଭାଇରସ୍, 352 ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର

କେରଳ କୋଜିକୋଡେରେ ଗତ ଚାରି ଦିନ ମଧ୍ୟରେ ନିପା ଭାଇରସରେ କୌଣସି ବ୍ୟକ୍ତି ସଂକ୍ରମିତ ହୋଇ ନ ଥିବା ଜଣାପଡିଛି। ଗତକାଲି ପରୀକ୍ଷା ହୋଇଥିବା ୪୨ଟି ନମୁନାରେ କୌଣସି ସଂକ୍ରମଣ ମାମଲା ଚିହ୍ନଟ ହୋଇ ନାହିଁ। ତେବେ ମୋଟ ନିପା ସଙ୍କ୍ରମିତଙ୍କ ସଂଖ୍ୟା ୧ ହଜାର ୨୩୩ ରହିଛି। ସେମାନଙ୍କ ମଧ୍ୟରୁ ୩୫୨ ଜଣ ସଙ୍କ୍ରମିତଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବା ବେଳେ ୧୨୯ ଜଣ ଗୁରୁତର ଅଛନ୍ତି।

ଅନ୍ୟପକ୍ଷରେ ତିନି ଜଣ ନିପା ସଂକ୍ରମିତ ରୋଗୀଙ୍କ ଅବସ୍ଥା ସ୍ଥିର ଥିବା ବେଳେ ୯ ବର୍ଷର ନିପା ସଂକ୍ରମିତ ଶିଶୁ ଅମ୍ଳଜାନ ସହାୟତାରେ ରହିଛି। ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି ଯେ ଚଳିତ ମାସ ୧୩ ତାରିଖରେ କେତେକ ଅଞ୍ଚଳକୁ ଆବଦ୍ଧ କ୍ଷେତ୍ର ଘୋଷଣା କରାଯାଇଥିବା ବେଳେ ଆଜିଠାରୁ କିଛି ଅଂଚଳରେ ତାହା ମୁକ୍ତ ଘୋଷଣା କରାଯିବ।

ସ୍ୱାସ୍ଥ୍ୟମନ୍ତ୍ରୀ ଏକ ବୈଠକରେ ଚିକିତ୍ସକମାନଙ୍କ ସତର୍କତାମୂଳକ ପଦକ୍ଷେପରେ କୌଣସି ଅବହେଳା ନ କରିବାକୁ କହିଛନ୍ତି। ତେବେ ନୂଆ ସଂକ୍ରମଣର କୌଣସି ସୂଚନା ନାହିଁ। ସେ କୋଜିକୋଡେ ଏବଂ ପଡୋଶୀ ଜିଲ୍ଲାର ଡାକ୍ତରୀ ଅଧିକାରୀଙ୍କ ବୈଠକରେ ସ୍ୱାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନିପା ପରିସ୍ଥିତିର ମୁକାବିଲା ପାଇଁ ୬ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ ଦିଆଯାଇଥିବା ସୂଚନା ମିଳିଛି।ବର୍ତ୍ତମାନର ପରିସ୍ଥିତିର ସମୀକ୍ଷା କରିବା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପାଇଁ କେନ୍ଦ୍ର ସରକାର କୋଜିକୋଡେରେ ତିନୋଟି ଟିମ୍ ନିୟୋଜିତ କରିଛନ୍ତି। ନିପା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପକୁ ନେଇ କେନ୍ଦ୍ରୀୟ ଦଳ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Show More

Related Articles

Back to top button