Breaking PLUSଦେଶମୁଖ୍ୟ ଖବର

ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ଆସିବେ କେନ୍ଦ୍ରୀୟ ବଳର 27 କମ୍ପାନୀ

କୋଲକାତା- ଲୋକସଭା ନିର୍ବାଚନ ପାଇଁ ମତଦାନ ପୂର୍ବରୁ ପଶ୍ଚିମବଙ୍ଗରେ ପୁଣି ଥରେ କେନ୍ଦ୍ରୀୟ ବଳ ମୁତୟନ ହେବା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ କମିଶନର ସୂଚନା ଦେଇଛନ୍ତି ଯେ, କେନ୍ଦ୍ରୀୟ ବଳର ଆଉ 27 କମ୍ପାନୀ ଏପ୍ରିଲ 1ରେ ପଶ୍ଚିମବଙ୍ଗ ଆସିବାକୁ ଯାଉଛନ୍ତି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ବଳର 25 କମ୍ପାନୀ ମୁତୟନ କରାଯିବ ।
ମିଳିଥିବା ସୂଚନା ଅନୁସାରେ ଏପ୍ରିଲ 1 ସୁଦ୍ଧା କେନ୍ଦ୍ରୀୟ ବଳର ଯେଉଁ 27 କମ୍ପାନୀ ଆସୁଛନ୍ତି, ସେଥିରେ ସିଆରପିଏଫର 15 କମ୍ପାନୀ, ବିଏସଏଫର 5 କମ୍ପାନି ଓ ସିଆଇଏସଏଫର 7 କମ୍ପାନୀ ସାମିଲ ଅଛନ୍ତି । କୁଚବିହାରରେ କେନ୍ଦ୍ରୀୟ ବଳର 12 କମ୍ପାନୀ ମୁତୟନ ହେବେ । ଅଲିପୁରଦ୍ୱାରରେ 6 କମ୍ପାନୀ, ଜଲପାଇଗୁଡିରେ 7, ସିଲିଗୁଡିରେ 2 କମ୍ପାନୀ ମୁତୟନ ହେବେ ।

Show More

Related Articles

Back to top button