ଦେଶ ବିଦେଶ

2021 ଜନଗଣନା ପରେ ଦଶବ୍ୟାପୀ ଲାଗୁ ହେବ ଏନଆରସି

ନୂଆଦିଲ୍ଲୀ: 2021ରେ ହେବାକୁ ଥିବା ଜନଗଣନା ପରେ ଆସାମ ଭଳି ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଲାଗୁ ହେବୟ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ସହଯୋଗୀ ସଂଗଠନ, ସରକାରଙ୍କ ପ୍ରତିନିଧି ଏବଂ ବିଜେପି ନେତାମାନଙ୍କ ମଧ୍ୟରେ ହୋଇଥିବା ମାରାଥନ ବୈଠକରେ ଏହି ନିଷ୍ପି ନିଆଯାଇଛି ଦିଲ୍ଲୀର ଛତରପୁରରେ ଅନୁଷ୍ଠିତ ଏହି ବୈଠକରେ ଭବିଷ୍ୟତରେ ନୂଆ ଜନସଂଖ୍ୟା ନୀତି, ଦାରା 370 ଉଚ୍ଛେଦ କରାଯିବା ପରର୍ବୀ ସ୍ଥିତି ଏବଂ ଅଯୋଧ୍ୟା ବିବାଦ ଉପରେ ଆସିବାକୁ ଥିବା ସୁପ୍ରିମକୋର୍ଟ ରାୟ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲାୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସଂଗଠନ ମହାସଚିବ ବି.ଏଲ. ସନ୍ତୋଷ ଉପସ୍ଥିତି ଥିଲେ ବୈଠକରେ ଉପସ୍ଥିତ ଥିବା ଆରଏସଏସର ସହଯୋଗୀ ସଂଗଠନର ଏକ ପ୍ରତିନିଧିମଣ୍ଡଳୀଙ୍କ ସୂଚନା ଅନୁସାରେ, ଏନଆରସି ଉପରେ ବୈଠକରେ ସ୍ବତନ୍ତ୍ର ଭାବେ ଆଲୋଚନା ହୋଇଛି ଏନଆରସି ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀୟ ତେଣୁ ଦେଶର ନାଗରିକ ଏବଂ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ଦେଶର ସବୁ ରାଜ୍ୟରେ ଏନଆରସି ଲାଗୁ କରିବା ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ କରାଯିବା ଦରକାର ବୋଲି ଆରଏସଏସର ଜଣେ ବରିଷ୍ଠ ନେତା କହିଥିଲେୟ ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲାୟ ଶେଷରେ 2021 ଜନଗଣନା ପରେ ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ ଏନଆରସି ଲାଗୁ କରିବାକୁ ବୈଠକରେ ନିଷ୍ପି ହୋଇଛିୟ ଯେଉଁ ରାଜ୍ୟରେ ଅନୁପ୍ରବେଶ ସମସ୍ୟା ଅଧିକ ସେହି ରାଜ୍ୟଗୁଡ଼ିକୁ ପ୍ରଥମେ ଚିହ୍ନଟ କରାଯିବୟ ଏନଆରସି ସମର୍ଥନରେ ଜନମନ ସୃଷ୍ଟି କରାଯିବୟ ଲୋକମାନଙ୍କୁ କୁହାଯିବ ଯେ ଏହି ପ୍ରକ୍ରିୟା ଦେଶର ସୁରକ୍ଷା ପାଇଁ ଜରୁରୀ ଏବଂ କୌଣସି ଧର୍ମ ସହିତ ଏହାର କିଛି ନେଣଦେଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି

Show More

Related Articles

Back to top button