Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବର

G-20 ବିକଶିତ ଅର୍ଥନୀତି ମଧ୍ୟରେ ଭାରତର ସ୍ଥିତି ସଙ୍ଗୀନ : ଗୀତା ଗୋପିନାଥ

ମହାମାରୀ କରୋନା ସମଗ୍ର ମାନବଜାତିର ଅଣ୍ଟା ଭାଙ୍ଗିଛି ତ ସତ, ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛି ଅନେକ ବଡ଼ ବଡ଼ ଦେଶର ଅର୍ଥବ୍ୟବସ୍ଥା । ମହାମାରୀର କରାଳ ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥବ୍ୟବସ୍ଥା ।

ନୂଆଦିଲ୍ଲୀ : ମହାମାରୀ କରୋନା ସମଗ୍ର ମାନବଜାତିର ଅଣ୍ଟା ଭାଙ୍ଗିଛି ତ ସତ, ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛି ଅନେକ ବଡ଼ ବଡ଼ ଦେଶର ଅର୍ଥବ୍ୟବସ୍ଥା । ମହାମାରୀର କରାଳ ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛି ଭାରତୀୟ ଅର୍ଥବ୍ୟବସ୍ଥା । କେନ୍ଦ୍ର ସରକାରଙ୍କ ତରଫରୁ ଗତ ସୋମବାର ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଚଳିତ ଆର୍ଥିକ ବର୍ଷ 2020-21 ଅପ୍ରେଲ-ଜୁନ ଭିତରେ 23.9 ପ୍ରତିଶତ ହ୍ରାସପାଇଛି ଦେଶର ଜିଡିପି । ଅପ୍ରେଲ-ଜୁନ ତ୍ରୈମାସିକ ମଧ୍ୟରେ 40 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏତେ ପରିମାଣରେ ଜିଡିପି ହ୍ରାସ ପାଇବାରେ ଲାଗିଛି ।
ଏହାକୁ ନେଇ ଟ୍ୱିଟ୍ କରିଛନ୍ତି ଆଇଏମଏଫରେ କାର୍ଯ୍ୟରତ ପ୍ରବାସୀ ଭାରତୀୟ ଗୀତା ଗୋପିନାଥ । ଗୀତାଙ୍କ କହିବା ଅନୁସାରେ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଜି-20 ଦେଶ ମାନଙ୍କରେ କରୋନା ପ୍ରଭାବ ଦେଖିବାକୁ ମିଳିବ । ଜି-20 ଦେଶ ମାନଙ୍କରେ ଆର୍ଥିକ ଅବନତି ଦେଖିବାକୁ ମିଳିବ ବୋଲି କହିଛନ୍ତି ଗୀତା ଗୋପିନାଥ । ଭାରତରେ କରୋନାର ପ୍ରଭାବ ଏହିପରି ଭାବରେ ରହିଲେ ଭାରତର ଜିଡିପି 25.6 ପ୍ରତିଶତ ହ୍ରାସ ପାଇବ । ଭାରତରେ ହ୍ରାସ ପାଇଥିବା ଜିଡିପି କୌଣସି ଆର୍ଥିକ ବର୍ଷ ସହ ତୁଳନା କରାଯାଇପାରି ନାହିଁ । 2020 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଅର୍ଥନୀତିରେ ସାମାନ୍ୟ ସୁଧାର ଆସିପାରେ ବୋଲି ସେ ଆଶଙ୍କା କରାଯାଉଛି ।

Show More

Related Articles

Back to top button