ଖେଳ

19ତମ ଏସୀୟ କ୍ରୀଡା ସୁଟିଂରେ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଲେ ମହିଳା

ଚୀନ ହାଙ୍ଗଝୌରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଭାରତର ସ୍ୱର୍ଣ୍ଣ ବର୍ଷା। ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଭାରତୀୟ ପ୍ରତିଯୋଗୀ। ମହିଳା ସୁଟିଂରେ ସ୍ୱର୍ଣ୍ଣ ଜିତିଛନ୍ତି ସୁଟର ସିଫ୍ତ କୌର ସାମ୍ରା। ଏହି ବିଜୟ ସହ ଭାରତର ସ୍ୱର୍ଣ୍ଣ ସଂଖ୍ୟା 5ରେ ପହଞ୍ଚିଛି ୫୦ ମିଟରର ରାଇଫଲ ଥ୍ରୀ ପୋଜିସନ ଇଭେଣ୍ଟରେ ସଫଳତା ପାଇଛନ୍ତି ସାମ୍ରା। ସମାନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି ଆଶି ଚୌକଶି। ୫ ସ୍ୱର୍ଣ୍ଣ, ୫ ରୌପ୍ୟ, ୮ ବ୍ରୋଞ୍ଜ ସହ ଭାରତର ପଦକ ସଂଖ୍ୟା ୧୮ରେ ପହଞ୍ଚିଛି। ଇଭେଣ୍ଟର ପଞ୍ଚମ ଦିନ ଅର୍ଥାତ୍ ଆଜି ଭାରତ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଥିଲା। ମହିଳା 25 ମିଟର ପିସ୍ତଲ ଟିମ୍ ଇଭେଣ୍ଟରେ ସୂର୍ଣ୍ଣ ଜିତିଥିଲେ ମାନୁ ଭାକର, ଇଶା ସିଂହ ଓ ଆର୍ ସାଙ୍ଗୱାନ୍। ଆୟୋଜକ ଟିମ୍ ଚୀନକୁ ହରାଇ ଏହି ବିଜୟ ହାସଲ କରିଥିଲେ ମହିଳା ଟିମ୍।

Show More

Related Articles

Back to top button