Breaking PLUSଦେଶ ବିଦେଶମୁଖ୍ୟ ଖବର

ବଢୁଛି କରୋନା; ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇ ସହରରେ ୧୪୪ ଧାରା ଲାଗୁ କରାଯାଇଛି । କରୋନାର କାୟା ବିସ୍ତାର ରୋକିବାକୁ ଯାଇ ମୁମ୍ବାଇ ପୋଲିସ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରହିବ।

ମୁମ୍ବାଇ: ମୁମ୍ବାଇ ସହରରେ ୧୪୪ ଧାରା ଲାଗୁ କରାଯାଇଛି । କରୋନାର କାୟା ବିସ୍ତାର ରୋକିବାକୁ ଯାଇ ମୁମ୍ବାଇ ପୋଲିସ୍ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହି ୧୪୪ ଧାରା ଜାରି ରହିବ।
ପୋଲିସ୍ ପକ୍ଷରୁ କୁହାଯାଇଛି ଯେ, କେବଳ ଅତ୍ୟାବଶ୍ୟକ କାମ ପାଇଁ ଲୋକମାନେ ବାହାରକୁ ବାହାରିପାରିବେ। ଏହାବାଦ୍ ଅନ୍ୟ କୌଣସି ଲୋକଙ୍କୁ ବାହାରେ ବୁଲିବାର ସୁଯୋଗ ଦିଆଯିବ ନାହିଁ। ଯଦି କୌଣସି ଲୋକ ଆଇନର ଉଲ୍ଲଘଂନ କରନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ମହାରାଷ୍ଟ୍ରରେ ବର୍ତ୍ତମାନ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନ ତଳେ ଏହି ସଂକ୍ରମଣରେ ରୋକ୍ ଲାଗିଥିଲା। ହେଲେ ଅନଲକ୍ ପକ୍ରିୟାରେ ଦୋକାନ ବଜାର ଖୋଲିଯିବା ପରେ ଏବେ ପୁଣିଥରେ ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ବୁଧବାର କେବଳ ମୁମ୍ବାଇ ସହରରୁ ୨ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Show More

Related Articles

Back to top button