ହରସିମରତ କୌରଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି, ନରେନ୍ଦ୍ର ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ଅତିରିକ୍ତ ଦାୟିତ୍ୱ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ ମନ୍ତ୍ରିମଣ୍ଡଳରୁ ହରସିମରତ କୌରଙ୍କ ଇସ୍ତଫାକୁ ଜରୁରୀକାଳନୀ ଭାବେ ଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ ମନ୍ତ୍ରିମଣ୍ଡଳରୁ ହରସିମରତ କୌରଙ୍କ ଇସ୍ତଫାକୁ ଜରୁରୀକାଳନୀ ଭାବେ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି କୋବିନ୍ଦ ମନ୍ତ୍ରୀ ପରିଷଦରୁ ହରସିମରତଙ୍କ ଇସ୍ତଫା ସମ୍ବିଧାନର ଧାରା ୭୫ ବିଭାଗ (୨) ଅନୁସାରେ ଗ୍ରହଣ କରିଛନ୍ତି । ଏଥି ସହିତ ନରେନ୍ଦ୍ର ତୋମାରଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।
President of India Ram Nath Kovind, as advised by the Prime Minister, has accepted the resignation of Harsimrat Kaur Badal (in file pic) from the Union Council of Ministers, with immediate effect: Rashtrapati Bhavan. pic.twitter.com/t8UQZ1jJJY
— ANI (@ANI) September 18, 2020
ସୂଚନାଯୋଗ୍ୟ, ମୋଦୀ କ୍ୟାବିନେଟରୁ ନିଜର ଇସ୍ତଫା ସଂପର୍କରେ ହରସିମରତ କୌର ବାଦଲ ଟୁଇଟ କରି ଦେଇଥିଲେ । ନିଜର ଟୁଇଟରେ ସେ କହିଥିଲେ ଯେ, ମୁଁ ଚାଷୀ ବିରୋଧୀ ଆଧ୍ୟାଦେଶ ଏବଂ ଆଇନ ବିରୋଧରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛି । ଚାଷୀଙ୍କ ସହିତ ତାଙ୍କର ଝିଅ ଓ ଭଉଣୀ ଭାବେ ଛିଡା ହୋଇଥିବାରୁ ନିଜକୁ ଗର୍ବ ଅନୁଭବ କରୁଛି । ସରକାରଙ୍କ ସହଯୋଗୀ ଦଳ ଆକାଳୀ ଶିରୋମଣୀ ଦଳ ଆଧ୍ୟାଦେଶକୁ ବିରୋଧ କରି ଆସୁଥିଲା ।