Breaking PLUSଓଡ଼ିଶାମୁଖ୍ୟ ଖବର

ସୁସ୍ଥତାରେ ରେକର୍ଡ; ୨୪ ଘଣ୍ଟାରେ ୩୬୦୭ ଆକ୍ରାନ୍ତ ଆରୋଗ୍ୟ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧,୩୩, ୪୬୬କୁ ବୃଦ୍ଧି ଘଟିଛି।

ଭୁବନେଶ୍ବର : ରାଜ୍ୟରେ ବଢୁଛି କରୋନା ସଂକ୍ରମଣ । ଅନ୍ୟପଟେ କରୋନାରେ ଦୈନିକ ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୦୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧,୩୩, ୪୬୬କୁ ବୃଦ୍ଧି ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ଦିନରେ ସର୍ବାଧିକ ୧୦୩୭ ରୋଗୀ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀ ଜିଲ୍ଲାରୁ ୪୧୫, କଟକ ଜିଲ୍ଲାରୁ ୨୯୯, ବଲାଙ୍ଗିର ଜିଲ୍ଲାରୁ ୧୪୦, ମୟୂରଭଞ୍ଜ ଜିଲ୍ଲାରୁ ୧୨୮, ଯାଜପୁର ଜିଲ୍ଲାରୁ ୧୨୭, ବାଲେଶ୍ଵରରୁ ୧୧୨, ସୁନ୍ଦରଗଡରୁ ୧୦୭, ଜଗତସିଂହପୁରରୁ ୧୦୫, ନବରଙ୍ଗପୁର ଜିଲ୍ଲାରୁ ୧୦୪, ସୋନପୁରରୁ ୧୦୦ ଜଣ, ବରଗଡରୁ ୮୪, କେନ୍ଦ୍ରାପଡାରୁ ୮୪, ଝାରସୁଗୁଡାରୁ ୮୨, ରାୟଗଡାରୁ ୮୦, ଗଞ୍ଜାମରୁ ୭୫, କୋରାପୁଟରୁ ୭୫, ସମ୍ବଲପୁରରୁ ୭୧, ନୟାଗଡରୁ ୫୫, ଭଦ୍ରକରୁ ୫୪, ନୂଆପଡାରୁ ୪୪, କେନ୍ଦୁଝରରୁ ୪୩, ମାଲକାନଗିରିରୁ ୩୭, ବୌଦ୍ଧରୁ ୩୦, ଢେଙ୍କାନାଳରୁ ୨୮, ଗଜପତିରୁ ୨୬, କଳାହାଣ୍ଡିରୁ ୧୯, ଦେବଗଡରୁ ୧୮, କନ୍ଧମାଳରୁ ୧୬ ଓ ଅନୁଗୁଳ ଜିଲ୍ଲାରୁ ୧୨ ଜଣ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button