ବଲିଉଡମନୋରଞ୍ଜନ

ଭିକି-କ୍ୟାଟ୍‌ଙ୍କ ବିବାହରେ ସାମିଲ୍ ହେବେ ୧୨୦ ଅତିଥି

ମାନିବାକୁ ପଡିବ ଏହି ୨ଟି ନିୟମ

କ୍ୟାଟ୍ରିନା କୈଫ୍‌ ଓ ଭିକି କୌଶଲଙ୍କ ବିବାହ ଯେତେ ପାଖେଇ ଆସୁଛି ଖବର ସେତେ ଶୁଣିବାକୁ ମିଳୁଛି । ଦିନକୁ ଦିନ ଭଳିକି ଭଳି ନୂଆ ଖବର ସାମ୍ନାକୁ ଆସୁଛି । ଏହି ସବୁ ଖବର ଶୁଣି ଫ୍ୟାନ୍ସମାନେ ମଧ୍ୟ ଉତ୍ସାହ ବଢି ଯାଉଛି । ତେବେ ଖବର ଅନୁଯାୟୀ ଶୁଣିବାକୁ ମିଳୁଛି ଯେ ଦୁହିଁଙ୍କର ବିବାହ ୭ରୁ ୯ ଡିସେମ୍ବର ମଧ୍ୟରେ ହେବ । ରାଜସ୍ଥାନର ସୱାଇ ମାଧୋପୁରରେ ବିଶାଳ ଦୁର୍ଗରେ ଦୁହିଁଙ୍କ ହାତଗଣ୍ଠି ପଡିବ । ନିକଟରେ ଖବର ଆସିଥିଲା କି ଏହି ବିବାହ ପୂରବରୁ ସେମାନେ କୋର୍ଟ ମ୍ୟାରେଜ୍‌ କରିବେ ଏହା ପରେ ଦୁହେଁ ରାଜସ୍ଥାନ ପାଇଁ ଯିବେ । କିନ୍ତୁ ଗତ କାଲି ବିବାହକୁ ନେଇ ଏକ ନୋଟ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଥିଲା । ଯେଉଁଥିରେ ତାଙ୍କ ବିବାହ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ବ୍ୟତୀତ ପ୍ରଶାସନ ତାଙ୍କ ବିବାହ ନେଇ ନିୟମ କାନୁନ୍ ମଧ୍ୟ ରଖିଥିଲେ ।

କେତେ ଜଣ ଅତିଥି ସାମିଲ୍‌ ହେବେ ଏବଂ ଅନ୍ୟାନ୍ୟ କାର୍ଯ୍ୟ ବିଷୟକୁ ମଧ୍ୟ ଖବର ସାମ୍ନାକୁ ଅସିଛି । ତେବେ କ୍ୟାଟ୍ରିନା ଓ ଭିକି ଦୁହେଁ ନିଜ ବିବାହକୁ ନେଇ ପ୍ରାଇଭେଟ୍‌ ରଖିବାକୁ ଚାହୁଁଛନ୍ତି । ଏଥିପାଇଁ ଦୁହେଁ କୌଣସି ପ୍ରକାରର ଅଫିସିଆଲି ଘୋଷଣା କରି ନାହାନ୍ତି । ଦୁହିଁଙ୍କ ବିବାହକୁ ନେଇ ବୈଠକରେ ଜିଲ୍ଲାପାଳ କହିଛନ୍ତି କି ଏହି ବିବାହ ୭ରୁ ଆରମ୍ଭ କରି ୯ ଯାଏଁ ଚାଲିବ । ଯେଉଁଥିରେ ୧୨୦ ଅଥିତି ସାମିଲ୍‌ ହେବେ । ତେବେ ଏହି ଲିଷ୍ଟରେ କିଏ କିଏ ସାମିଲ୍‌ ହେବେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ । କିନ୍ତୁ କୁହାଯାଇଛି କି ବିବାହରେ ଅଧିକରୁ ଅଧିକ ଭିଡ ହେବ ନାହିଁ । ଏଥିପାଇଁ ସ୍ବତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ମଧ୍ୟ କରାଯାଇଛି । ଅନ୍ୟପଟେ ବିବାହରେ ସାମିଲ୍‌ ହୋଇଥିବା ୧୨୦ ଅତିଥିମାନେ ମଧ୍ୟ ସମସ୍ତେ କୋଭିଡ୍‌ ପ୍ରୋଟକଲ୍‌କୁ ପାଳନ କରିବେ । ଡବଲ୍‌ ଡୋଜ୍‌ ନେଇଥିବା ସହ ଆରଟି ପିସିଆର ନେଗେଟିଭ୍‌ ରିପୋର୍ଟ ମଧ୍ୟ ଦେଖାଇବାକୁ ପଡିବ ।

Show More

Related Articles

Back to top button