Breaking PLUSଓଡ଼ିଶାମୁଖ୍ୟ ଖବର

ବାତିଲ ହେଲା ଟ୍ରେନ

ପୂର୍ବତଟ ରେଳବାଇର କୋଭିଡ କଟକଣା

୧୨ଟି ସ୍ୱତନ୍ତ୍ର ଟ୍ରେନ୍‌ ହେବ ବାତିଲ୍‌ । କୋଭିଡ-୧୯ କୁ ଆଖିଆଗରେ ରଖି ଏଭଳି ନିଷ୍ପତି ନେଇଛି ପୂର୍ବତଟ ରେଳପଥ । ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ ଓ ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ, ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ ୦୮୪୩୨/୦୮୪୩୧ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ,ଚଳିତ ମାସ ୩୧ ଅଗଷ୍ଟ ଯାଏ ବାତିଲ ହେବ । ସେହିପରି ୦୮୪୨୮/ ୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ , ୦୮୪୩୩/୦୮୪୩୪ ଭୁବନେଶ୍ୱର- ପାଲାସା-ଭୁବନେଶ୍ୱର ବିଶେଷ ଟ୍ରେନ , ୦୨୮୯୨/୦୨୮୯୧ ଭୁବନେଶ୍ୱର ବାଙ୍ଗିରିପୋସି-ଭୁବନେଶ୍ୱର ବିଶେଷ ଟ୍ରେନ , ୦୮୪୫୬/୦୮୪୫୫ ଭୁବନେଶ୍ୱର କେନ୍ଦୁଝରଗଡ଼-ଭୁବନେଶ୍ୱର ବିଶେଷ ଟ୍ରେନ । ୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ବିଶେଷ ଟ୍ରେନ ଓ ୦୮୪୧୪/ ୦୮୪୧୩ ପୁରୀ-ଗୁଣୁପୁର-ପୁରୀ ବିଶେଷ ଟ୍ରେନ ୨୮ ରୁ ୩୦ ଅଗଷ୍ଟ, ୨୦୨୧ ପର୍ଯ୍ୟନ୍ତ ବାତିଲ ରହିବ । ୦୮୪୨୮/୦୮୪୨୭ ପୁରୀ-ଅନୁଗୁଳ-ପୁରୀ ବିଶେଷ ଟ୍ରେନ ଉଭୟ ଦିଗରୁ ୨୩ ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ ଦିନ ତାଳଚେର ଓ ଅନୁଗୁଳ ମଧ୍ୟରେ ବାତିଲ୍‌ ରହିବ ଏବଂ ଉଭୟ ଦିଗରୁ ତାଳଚେର ଏବଂ ପୁରୀ ମଧ୍ୟରେ ଚଳାଚଳ କରିବ । ସେପଟେ ୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌ ୨୩ ରୁ ୨୭ ତାରିଖ ଏବଂ ୩୧ ଅଗଷ୍ଟ ୨୦୨୧ ରେ ଉଭୟ ଦିଗରୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତି ନିଆଯାଇଛି । କୋଭିଡ୍‌ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନ୍‌ ସେବାକୁ ହ୍ରାସ କରାଯାଇଥିଲା । ସେହିପରି କୋଭିଡ୍‌-୧୯ ପାଇଁ ପ୍ରତିଷେଧକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଲକଡାଉନ୍‌ ବଳବତ୍ତର ଥିବା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ କେନ୍ଦ୍ର ଗୁଡିକୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତି ନିଆଯାଇଛି ।

Show More

Related Articles

Back to top button