ମନୋରଞ୍ଜନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ Rolls Royce ସିଜ୍‌

ପରିବହନ ବିଭାଗ ଅଧିକାରୀମାନେ ବେଙ୍ଗାଲୁରୁରେ ରୋଲ୍ସ ରୟସ୍‌, ଫେରାରି ଏବଂ ପର୍ଶ କାର ଭଳି ୧୦ଟି ଲକ୍ଜରୀ କାର ଜବତ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ କାର ଅମିତାଭ ବଚ୍ଚନଙ୍କ ନାଁରେ ପଞ୍ଜିକୃତ ରହିଛି।

ରୋଡ୍‌ ଟ୍ୟାକ୍ସ ଜମା ହୋଇନଥିବା ନେଇ ଏହି ସବୁ କାର ସିଜ୍‌ କରିଛି ପରିବହନ ବିଭାଗ। ଅଧିକାରୀମାନେ ସହରରେ ଟ୍ରାଫିକ୍‌ ନିୟମ ଭାଙ୍ଗିବା, ନକଲି କାଗଜପତ୍ର ଏବଂ ରୋଡ୍‌ ଟ୍ୟାକ୍ସ ନଭରିବା ଯୋଗୁ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।ସପ୍ତାହାନ୍ତରେ ବହୁ ଦାମୀ କାର ନୋ ପାର୍କିଂ ଅଞ୍ଚଳରେ ପାର୍କ ହୋଇଥିବା ଦେଖିବାକୁ ପାଇଥିଲେ ବିଭାଗୀୟ ଅଧିକାରୀ। ଏହି ସମୟରେ ସେମାନେ ସେହି କାର ଗୁଡ଼ିଗର ନମ୍ବର ଲେଖି ରଖିଥିଲେ। ଏହା ପରେ କାରଗୁଡ଼ିକର ସମସ୍ତ କୁଣ୍ଡଳୀ ବାହାର କରିଥିଲେ। କେଉଁ ଗାଡ଼ିର କାଗଜପତ୍ର ଠିକ୍‌ ନାହିଁ, କେଉଁ କାରରେ ରୋଡ୍‌ ଟ୍ୟାକ୍ସ ଦିଆଯାଇନି ଆଦି ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଏକାଠି କରିବା ପରେ ପରିବହନ ବିଭାଗ ପକ୍ଷରୁ ସୋମାବର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କିନ୍ତୁ ବିଗ ବିଙ୍ଗ ନାଁ କେମିତି ଏହି ମାମଲାରେ ଯୋଡ଼ିହେଲା ? ଆସନ୍ତୁ ଜାଣିବା…

ଅମିତାଭ ବଚ୍ଚନ କିଛି ବର୍ଷ ପୂର୍ବରୁ ନିଜର ରୋଲ୍ସ ରୟସ୍‌ ଫାଣ୍ଟମ ବିକ୍ରି କରିଦେଇଥିଲେ। ଏହାକୁ ଅମିତାଭଙ୍କୁ ବିଧୁ ବିନୋଦ ଚୋପ୍ରା ଉପହାର ଦେଇଥିଲେ। ଅମିତାଭ ୨୦୧୯ରେ ଫାଣ୍ଟମକୁ ବେଙ୍ଗାଲୁରୁର ବ୍ୟବସାୟୀ ୟୁସୁଫ ଶରିଫ ଓରଫ ସ୍କ୍ରାପ୍‌ ବାବୁକୁ ବିକ୍ରି କରିଦେଇଥିଲେ। କିନ୍ତୁ ଅଧିକାରୀଙ୍କ ମତରେ କାରର ଦାମ ୩.୫ କୋଟି ହୋଇଥିବା ବେଳେ ୟୁସୁଫ୍‌ ୬ କୋଟି ଟଙ୍କା ଦେଇ କିଣିଥିଲେ। ଏହା ସହ କାର କାଗଜ ପତ୍ରରେ ୟୁସୁଫ୍‌ ନିଜ ନାଁ ଲେଖିନଥିଲା। ଗାଡ଼ି କାଗଜପତ୍ରରେ ଅମିତାଭଙ୍କ ନାଁ ହିଁ ଥିଲା। ଯେତେବେଳେ ୟୁସୁଫଙ୍କ ଡ୍ରାଇଭର କାର ଏମଜି ରୋଡରେ ପାର୍କ କଲା ସେତେବେଳେ କାରଟିକୁ ପୋଲିସ ଜବତ କରିଥିଲା। ୟୁସୁଫର ଡ୍ରାଇଭର ଆରଟିଓ ଅଫିସ୍‌ ଯିବା ପରେ ପ୍ରଥମେ କାରର ଓନରସିପ୍‌ ଟ୍ରାନ୍ସ କରିବାକୁ ଅଧିକାରୀମାନେ କହିଥିବା ଜଣାପଡ଼ିଛି ।

Show More

Related Articles

Back to top button